Breaking News

ବକୁଳବନ ମହୋତ୍ସବ ୨୦୨୫ ଉଦ୍‌ଘାଟିତ

  


ସାକ୍ଷୀଗୋପାଳ,----ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ  ବକୁଳବନ ମହୋତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବରେ ନାଚ ଗୀତ ବା ସାଜସଜା ନାହିଁ । ହାତଗଣତି କିଛି ଲୋକମାନଙ୍କୁ ନେଇ ବକୁଳବନ ମହୋତ୍ସବ ଅନୁଷ୍ଠିତ ହୋଇଥାଏ । ଯେଉଁ ମାନେ ଏହି ମହୋତ୍ସବରେ ଯୋଗ ଦେଇଥାନ୍ତି ସେମାନେ ଜଣେ ଜଣେ ପ୍ରତିଭାଧାରୀ ବ୍ୟକ୍ତି ବିଶେଷ ମାନେ ଏହି ମହୋତ୍ସବରେ ସାମିଲ ହୋଇଥିବାର ଦେଖାଯାଇଥାଏ । ବିଶେଷ କରି ବକୁଳବନର ସୁରକ୍ଷା ଓ ସାହିତ୍ୟ, ଓଡିଆ ଭାଷାକୁ କିପରି ଆଗକୁ ନେଇ ହେବ ସେ ଦିଗ ପ୍ରତି ମହୋତ୍ସବର ମୁଖ୍ୟ ଲକ୍ଷ୍ୟ ବୋଲି ବକୁଳବନ ମହୋତ୍ସବର ପ୍ରତିଷ୍ଠାତା ତଥା କବି , ଲେଖକ ସଚୀକାନ୍ତ ବିଶ୍ୱାଳ ଅନୁଷ୍ଠିତ ସଭାରେ ତାଙ୍କ ଭାଷଣରେ କହିଥିଲେ । ବକୁଳବନ ମହୋତ୍ସବ ସାକ୍ଷୀଗୋପାଳ- ଅଳଗୁମ ରାସ୍ତାରେ ଥିବା ଦାମଦର କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଥିଲା । ବକୁଳବନ ମହୋତ୍ସବର ସଭାପତି ସାଧୁଚରଣ ବେହେରା ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବେ ସ୍ଥାନୀୟ ବିଧାୟକ ଓମ ପ୍ରକାଶ ମିଶ୍ର,  ଲେଖକ, ଗବେଷକ ତଥା କବି ଡ. ପ୍ରସନ୍ନ ପାଟ୍ଟଶାଣୀ, ଜିଲ୍ଲା ପରିଷଦ ସଭ୍ୟ ବିଷ୍ଣୁପିୟା ବରାଳ, ଶିକ୍ଷାବିତ ଡମ୍ବୁରଧର ହରଣସିଂହ, ବକୁଳବନ ମହୋତ୍ସର ପ୍ରତିଷ୍ଠାତା ସଚୀକାନ୍ତ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଯେଉଁ ପଞ୍ଚସଖା ବକୁଳବନରେ ବସି ଇଂରେଜ ମାନଙ୍କ ବିରୁଧରେ ସ୍ୱର ଉତ୍ତୋଳନ କରିଥିଲେ ସେହି ବକୁଳବନର ସୁରକ୍ଷା ନେବା ସହିତ ସେହି ଓଡିଆ ଭାଷାର ସୁରକ୍ଷା ତୁରନ୍ତ ସରକାର ନେବାକୁ ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏହି ଅବସରରେ  କବି , ଲେଖକ ସଚୀକାନ୍ତ ବିଶ୍ୱାଳଙ୍କ ଦ୍ୱାରା ଲିଖିତ ଓଡିଆ ସମ୍ମଳନୀ ପ୍ରତିକା ଓ ଷିକ୍ଷୟତ୍ରୀ ତଥା କବି ଲେଖିକା ସୁଜତା ଦେବୀଙ୍କ ରଚିତ ଶିଶୁ କିଶୋର କାବ୍ୟ ଋତୁ  ରୁପକ ନାମକ ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା ।  କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ  ବକୁଳବନ ମହୋତ୍ସବର ଉପସଭାପତି ଲକ୍ଷ୍ମୀଧର ପାଣି ।  ବକୁଳବନ ମହୋତ୍ସବର ସମ୍ପାଦକ ଯଯାତି କେଶରୀ ରାୟ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ଅନୁଷ୍ଠିତ ସଭାରେ ଟେଲି କଳାକାର ନଟବର ଆଚାର୍ଯ୍ୟ, କବୟତ୍ରୀ ବିଶାଖା ଦେବୀ, ସମାଜସେବୀ ରବୀନ୍ଦ୍ର ନାଥ ଷଡଙ୍ଗୀଙ୍କ ସହିତ ପ୍ରାୟ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଥିଲା  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୩/୨୦୨୫---୭,୨୫      Sakhigopal News ---23/3/2025

Blog Archive

Popular Posts