Breaking News

ସତ୍ୟବାଦୀରେ ମିଳିତ ଅଭିଯୋଗ ଶୁଣାଣୀ ଶିବିର ; ପଞ୍ଚାୟତ ସମିତି ବୈଠକର ସଭାବହି ଏବେ ପୋଲିସ ନିକଟରେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ କଲେ ଅଭିଯୋଗ

 


 ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକରେ ଏବେ ସବୁ ନୂତନ ନୂତନ ନିୟମ ଦେଖିବାକୁ ମିଳୁଛି । ପଞ୍ଚାୟତ ସମିତି ବୈଠକର ସଭାବହି ( ରେଜ୍ୟୁଲେସନ ଖାତା) ଏବେ ସତ୍ୟବାଦୀ ଥାନା ଲକରରେ ରହିଛି । ଯାହାକୁ ନେଇ ସତ୍ୟବାଦୀର ଜନପ୍ରତିନିଧି ମାନେ ଅସନ୍ତୋଷ ପ୍ରକାଶ କରିବା ସହ ଏକ ଦାବିପତ୍ର ମିଳିତ ଅଭିଯୋଗ ଶୁଣାଣୀ ଶିବିରରେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଯଦି ପଞ୍ଚାୟତର ସଭାବହି କାହା ନିର୍ଦ୍ଦେଶରେ ଥାନାରେ ରହିଛି । କ’ଣ ପାଇଁ ଥାନାରେ ରହିଛି, ଏଥିପାଇଁ କିଏସେ ଦାୟୀ , ସଭା ବହି ଯଦି ଥାନାରେ ରହିବ ତାହା ହେଲେ କାମ କିପରି ଚାଲିବ ବୋଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ପଣ୍ଡା କହିଛନ୍ତି । ସତ୍ୟବାଦୀ ବ୍ଳକର ସଦଭାବନା ସଭାଗୃହ ପରିସରରେ ମିଳିତ ଅଭିଯୋଗ ଶୁଣାଣୀ ଶଶିବିର ଅନୁଷ୍ଠିତ ହୋଇଥିଲା । ଅଭିଯୋଗ ଶୁଣାଣୀରେ ପୁରୀ ଜିଲ୍ଲାର ଏଡିଏମ ଶରତ ଚନ୍ଦ୍ର ବେହେରା, ସବକଲେକ୍ଟର ରାଜ କିଶୋର ଜେନା, ପିଡି ପିୟରଞ୍ଜନ ପୁଷ୍ଟି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ରୂପଭାନୁ ମିଶ୍ର, ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଟର ଆସିଷ୍ଟାଣ୍ଡ କଲେକ୍ଟର ପଞ୍ଚାନନ ପରିଜା, ସତ୍ୟବାଦୀ ବିଡିଓ ଦେବାଶିଷ ନାୟକ, ସତ୍ୟବାଦୀ ଅତିରିକ୍ତ ତହସିଲଦାର ଓମ ପ୍ରକାଶ ପରିଡା, ଜିପିଓ ସୌଭାଗ୍ୟ ରଞ୍ଜନ କର ଉପସ୍ଥିତ ରହି ଲୋକମାନଙ୍କ ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଅଭିଯୋଗ ଶୁଣାଣୀରେ ୩୨ ଗୋଟି ଅଭିଯୋଗ ଆସିଥିଷଲ ମଧ୍ୟ ସେଥି ମଧ୍ୟରୁ ଗୋଟିଏ ହେଲେ ଅଭିଯୋଗ ଫଇସଲା ହୋଇପାରିନଥିଲା । କେବଳ ହଳଦିଆ ଚିରୁକୁଟିରେ ସୀମିତ ରହିଥିଲା । ରାୟଖଣ୍ଡୀ ଗ୍ରାମ ପଞ୍ଚାୟତର ସରପଞ୍ଚ ସତ୍ୟନାରାୟଣ ନାୟକ ଅଭିଯୋଗ ଆଣିଥିଲେ ଯେ ଉକ୍ତ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଦେଖାଯାଇଛି । ମେଗା ପାନୀୟ ଜଳ ଯୋଗାଣ ଏ ପର୍ଯ୍ୟନ୍ତ ହୋଇ ପାରିଲା ନାହିଁ । ବାରମ୍ବାର ଏ ସମ୍ପର୍କରେ ବିଭାଗୀୟ ଜେଇ ଓ ବ୍ଳକ ଏପରିକି ବିଧାୟକଙ୍କୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ ବୋଲି ଅଭିଯୋଗ କରିଥିଲେ । ପେଣ୍ଠପଡା ଗ୍ରାମ ପଞ୍ଚାୟତର ବାସୁକେରା ଗ୍ରାମର ମମତା ବେହେରା ଅଭିଯୋଗ କରିଛନ୍ତି ଯେ ଆବାସ ଯୋଜନାରେ ନିୟମ ଅନୁସାରେ ଘର କାମ ସରିଥିଲେ ମଧ୍ୟ ଏନଆରଜେଏସ ମାଧ୍ୟମରେ ଥିବା ଅର୍ଥ ତାଙ୍କୁ ମିଳୁନାହିଁ । ସେହିପରି ସାକ୍ଷୀଗୋପିନାଥ ଦେବଙ୍କ ସେବାୟତଙ୍କ ପକ୍ଷରୁ ବିଜୟ କୁମାର ନନ୍ଦ ଅଭିଯୋଗ କରିଛନ୍ତି ଯେ ତାଙ୍କର ଶଶ୍ମାନ ଘର ଭାଙ୍ଗି ଦିଆଯାଇଛି । ଏବେ ଯେଉଁ ଯାଗା ମିଳିଛି ତାହା ସେମାନଙ୍କ କୋଠ ନାମରେ ନାହିଁ ଯାହାକି ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି । ଡାଙ୍ଗୁରା ଗ୍ରାମର ସୌଦାମିନି ବରାଳ ଅଭିଯୋଗ ଆଣିଛନ୍ତି ଯେ ତାଙ୍କୁ ସୁଭଦ୍ରା ଯୋଜନାରୁ ବଞ୍ଚିତ କରାଯାଇଛି । ପ୍ରଶାନ୍ତ ମହାପାତ୍ର ଅଭିଯୋଗ ଆଣିଛନ୍ତି ଯେ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ଯୋଗ୍ୟ ତାଲିକାରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ତାଲିକାରେ ନାମ ଥିବା ବେଳେ ସେମାନେ ଏବେ ଆବାସ ଯୋଜନାରୁ ବଞ୍ଚିତ । ବୀରରାମଚନ୍ଦ୍ରପୁର ନାଏବ ସରପଞ୍ଚ ପ୍ରଦୀପ୍ତ କୁମାର ମିଶ୍ର ଅଭିଯୋଗ ଆଣିଛନ୍ତି ଯେ ପଞ୍ଚାୟତର ପିଇଓ ତାଙ୍କ ମନମୁଖୀ କାର୍ଯ୍ୟ କରୁଛନ୍ତି ଯାହାକି ଗରିବ ଦିନ ମଜୁରିଆ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ସେହିପରି ସୁଭଦ୍ରା, ଆବାସ ଯୋଜନା, ପାନୀୟ ଜଳ ଆଦି ସମ୍ପର୍କରେ ଅଭିଯୋଗ ଗୁଡିକ ଆସିଥିଲା । ଜିଲ୍ଲା ଓ ସତ୍ୟବାଦୀ ବ୍ଳକର ବିଭିନ୍ନ ବିଭାଗର ଅଧିକାରୀ ମାନେ ଅଭିଯୋଗ ଶୁଣାଣୀ ସମୟରେ ଉପସ୍ଥିତ ରହିଥିଲେ । ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ସାହୁ ସଦଳବଳେ ସେଠାରେ ଉପସ୍ଥିତ ରହିଥିଲେ । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୩/୨୦୨୫---୭,୧୦      Sakhigopal News, 10/5/2025

 


Blog Archive

Popular Posts