ଗାନ୍ଧୀ ଦର୍ଶନ ଓ ଗାନ୍ଧୀ କବିତାରେ ବେରବୋଇ ଗାନ୍ଧୀ ପୀଠ ହେଲା ଗାନ୍ଧୀମୟ
ଡେଲାଙ୍ଗ - ସାମ୍ପ୍ରତିକ ସମାଜରେ ସ୍ଵାର୍ଥଯୁକ୍ତ ମଣିଷମାନଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି ।ଆଜିର ଆଧୁନିକ ଯୁବକଯୁବତୀ ମାନେ ଗାନ୍ଧୀ ଦର୍ଶନ ଓ ଗାନ୍ଧୀ ଚିନ୍ତନ ଠାରୁ ପ୍ରାୟତଃ ଦୂରେଇ ଯାଉଛନ୍ତି । ପୁରୀ ଜିଲ୍ଲା ଡେଲାଙ୍ଗ ବେରବୋଇ ଗାନ୍ଧୀ ସ୍ମୃତି କମିଟି ଗାନ୍ଧୀଙ୍କ ନାତି ଓ ଆଦର୍ଶକୁ ସମାଜରେ ଚିରକାଳ ବଜାୟ ରଖିବା ଲକ୍ଷ୍ୟ ନେଇ ୧୯୭୦ ମସିହାଠାରୁ ବେରବୋଇର ଐତିହ୍ୟପୂର୍ଣ୍ଣ ଗାନ୍ଧୀ ପୀଠ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଛନ୍ତି। ପ୍ରକାଶ ଥାଉକି ଗାନ୍ଧୀଜୀ ନିଜ ପରିବାର ଓ ଅନ୍ୟ ଦେଶପ୍ରେମୀ ମାନଙ୍କ ସହ ୧୯୩୮ ମସିହା ମାର୍ଚ ୨୫ରୁ ୩୧ ପର୍ଯ୍ୟନ୍ତ ସାତ ଦିନ ବେରବୋଇ ଠାରେ ଅବସ୍ଥାନ କରି ଦେଶ ହିତ ପାଇଁ ଅନେକ କଥା ଚିନ୍ତା କରିଥିଲେ।ଏ ପରିପ୍ରେକ୍ଷୀରେ ଗାନ୍ଧୀଙ୍କ ଦିବ୍ୟ ଚେତନାରେ ଅନୁପ୍ରାଣୀତ ଗାନ୍ଧୀ କମିଟିର ସଭାପତି କୁନ୍ତଳା ବିଶ୍ବାଳ, ସମ୍ପାଦକ ଚନ୍ଦ୍ର ଶେଖର ବିଶ୍ବାଳ, ବିଶିଷ୍ଟ ଗାନ୍ଧୀବାଦୀ ସ୍ତମ୍ଭକାର ଗୌରାଙ୍ଗ ପରିଡ଼ା, କସ୍ତୁରବା କେନ୍ଦ୍ର ସଂଚାଳିକା କବିତାରାଣୀ ପରିଡ଼ା ,କମିଟିର ଉପସଭାପତି ସନ୍ତୋଷ ବିଶ୍ବାଳ,ସହ ସମ୍ପାଦକ ସର୍ବେଶ୍ବର ବରେଇ, ସାଂସ୍କୃତିକ ସମ୍ପାଦକ ଅମରେନ୍ଦ୍ର ବାରିକ, ଦ୍ଵିତୀକୃଷ୍ଣ ରାଉତ ରାୟ , କବି ପଟ୍ଟନାୟକ,କୋଷାଧ୍ୟକ୍ଷ ଭାଗୀରଥି ପରିଡ଼ା, ଶିକ୍ଷକ କ୍ଷେତ୍ରବାସୀ ଆଳୁକ ଓ ଅନ୍ୟ ଗାନ୍ଧୀ ପ୍ରେମୀଙ୍କ ସମ୍ମିଳିତ ସହଯୋଗରେ ଗାନ୍ଧୀ ପୀଠ ପରିସରରେ ଆଲୋଚନାଚକ୍ର, ନୃତ୍ୟ ଗୀତ ପରିବେଷଣ,ସମ୍ବର୍ଦ୍ଧନା ପର୍ବ, ଗାନ୍ଧୀ ଫଟୋ ପ୍ରଦର୍ଶନୀ ଓ କବିତା ପାଠ ଆଦି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ଶିଶୁ ସାହିତ୍ୟିକ ଡଃ ହେମନ୍ତ ଛୋଟରାୟ, କମିଟିର ବରିଷ୍ଠ ସଭ୍ୟ ତଥା ଗାନ୍ଧୀ ତତ୍ତ୍ଵ ପ୍ରଚାରକ ଅନାମ ମଲ୍ଲିକ, ଶିକ୍ଷକ ଅଭୟ ଚରଣ ସାହୁଙ୍କ ମିଳିତ ସଂଯୋଜନାରେ ଗାନ୍ଧୀ ଦର୍ଶନ ଓ ସାମ୍ପ୍ରତିକ ସମାଜ, ଗାନ୍ଧୀ ନୀତି ଓ ବିଶ୍ବ ମାନବ ସମାଜରେ ଶାନ୍ତି ପାଇଁ ଏହାର ଉପାଦେୟତା, ଡେଲାଙ୍ଗରେ ଗାନ୍ଧୀ ଆଧାରିତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। କବି ରୋହିତ ଚମ୍ପତି,ନାରାୟଣ ମନୋହରୀ, ହୃଷୀକେଶ ପାଢ଼ୀ, ଡଃ ପ୍ରଭାସ ପ୍ରଧାନ,ଶରତ ମହାନ୍ତି, ଶ୍ରୀମାନ ଗବା,ସୁରେଶ ମନ୍ତ୍ରୀ , ଜିତେନ୍ଦ୍ର ପ୍ରଧାନ,ନାରୀନେତ୍ରୀ ତଥା କବୟିତ୍ରୀ ନିରୁପମା ପାତ୍ର, ଆଧ୍ୟାତ୍ମିକ ଚିନ୍ତକ ଶରତ ରାଉତ,କବୟିତ୍ରୀ ସରୋଜିନୀ ଜେନା,ପାର୍ବତୀ ମହାପାତ୍ରଙ୍କ କଣ୍ଠରୁ "ହେ ଗାନ୍ଧୀ ତୁମେ ଫେରିଆସ, ଥରେ ଆସି ଦେଖ ଏ ସଂସାର ଦୃଶ୍ୟ, ଡେଲାଙ୍ଗ ବେରବୋଇ ଝୁରୁଛି ଗାନ୍ଧୀଙ୍କୁ ଆଦି ଗାନ୍ଧୀ କବିତାରେ ଗାନ୍ଧୀ ପୀଠ ଗାନ୍ଧୀମୟ ହୋଇ ଉଠିଥିଲା। ବିଶିଷ୍ଟ ଗାନ୍ଧୀନୀତି ଚିନ୍ତକ, ଗାନ୍ଧୀ ଗବେଷକ ,ସ୍ତମ୍ଭକାର ପ୍ରହଲ୍ଲାଦ କୁମାର ସିଂ, ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ, ଅଧ୍ୟାପକ ଶଶାଙ୍କ ଚୂଡ଼ାମଣି, ସୂଚନା ଓ ଲୋକସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପ୍ରମୁଖ ଏହି ସୁନ୍ଦର କାର୍ଯ୍ୟକ୍ରମ ଓ ଗାନ୍ଧୀ କମିଟି ସଭ୍ୟ ସଭ୍ୟାଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଏହି ଅବସରରେ ଡାକ୍ତର କ୍ଷେତ୍ରବାସୀ ପ୍ରଧାନ, ଶିକ୍ଷାବିତ୍ ସଚ୍ଚିଦାନନ୍ଦ ପ୍ରଧାନ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀଙ୍କୁ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୧/୪/୨୦୨୫----୧୦,୪୫ Sakhigopal News,11/4/2025