Breaking News

ହାନା ଟାଇକୋଣ୍ଡୋ ଏକାଡେମୀ ଜିଲ୍ଲା ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ଉପବିଜେତା



 ସାକ୍ଷୀଗୋପାଳ ----ପୁରୀ ଜିଲ୍ଲା ଗରୁଡ଼ ଛକ ସ୍ଥିତ ରେଲୱେ କଲ୍ୟାଣ ମଣ୍ଡପ ପରିସରରେ ବ୍ୟୋମକେଶ ଟାଇକୋଣ୍ଡୋ ଏବଂ ଟାଇକୋଣ୍ଡୋ ଆଶ୍ସୋସିଏସନ ଅଫ ପୁରୀ ମିଳିତ ଆନୁକୂଲ୍ୟରେ ୧୮ତମ କିରୋଗୀ ଏବଂ ୧୦ ତମ ପୁଂମସି ଜିଲ୍ଲା ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l  ସାକ୍ଷୀଗୋପାଳ ସ୍ଥିତ ହାନା ଟାଇକୋଣ୍ଡୋ ଏକାଡେମୀ ରୁ ୨୨ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଦୁଇଟି ଇଭେଣ୍ଟ ରୁ  ଏକାକୀ ଭାବେ, ଯୁଗ୍ମ, ତିନୋଟି ପିଲାଙ୍କୁ ନେଇ ଏକ ସମୂହ, ଏବଂ ଫାଇଟ ରେ 24 ଟି ସ୍ଵର୍ଣ, 9 ଟି ରୋପ୍ୟ, ଏବଂ 7 ଟି କଂସ୍ୟ ପଦକ ପାଇ ପୁଂମସି ରେ ଉପବିଜେତା ହୋଇଛନ୍ତି l ପ୍ରାୟ 11 ଟି ସେଣ୍ଟର ରୁ 500 ପ୍ରତିଯୋଗି ଏହି ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ l ରାଜ୍ୟ ସଙ୍ଘ ପକ୍ଷରୁ 20 ଟି ଜାତୀୟ ରେଫରେ ବିଭିନ୍ନ ଜିଲ୍ଲା ରୁ ଆସି ଖେଳ କୁ ପରିଚାଳନା କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ଓଲମ୍ପିକ ସଙ୍ଘ ର କୋଷାଧକ୍ଷ ରବି ଶଙ୍କର ପ୍ରତିହାରୀ, ଏବଂ ବସ୍କିଂ ଏକାଡେମୀ ର ମୁଖ୍ୟ କୋଚ, ଜିଲ୍ଲା ସଙ୍ଘ ର ସଭାପତି ଧବଳେଶ ମହାପାତ୍ର, ଏବଂ ଜିଲ୍ଲା ସଙ୍ଘ ର ଅଧକ୍ଷ ବ୍ୟୋମକେଶ ଅଭିଳାଷ ଅତିଥି ଭାବେ ଯୋଗ ଦାନ କରି ପୁରସ୍କାର ପ୍ରଦାନ କରିଥିଲେ ଛାତ୍ର ଛାତ୍ରୀ ଏବଂ  କୋଚ ଦୀପକ ପ୍ରଧାନ ଙ୍କୁ ରାଜ୍ୟ ସଙ୍ଘ ର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ଶୁଭେଚ୍ଛା ଜଣାଇଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୦/୪/୨୦୨୫----୮,୪୫ Sakhigopal News,30/4/2025

Blog Archive

Popular Posts