ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ
ସାକ୍ଷୀଗୋପାଳ--- ସତ୍ୟବାଦୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୧୮ ବର୍ଷ ପରେ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିବାରୁ ବିଦ୍ୟାଳୟର ଶିକ୍ଷୟତ୍ରୀ , ଶିକ୍ଷକ, ଛାତ୍ରୀ ଓ ଅଭିଭାବକଙ୍କ ସହିତ ବିଦ୍ୟାଳୟର ଆଳୁମିନି ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ମାନଙ୍କ ମଧ୍ୟରେ ବେଶ ଆଗ୍ରହ ପ୍ରକାଶ ପାଇଥିଲା । ଏହି ଅବସରରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ବିଧାୟକ ଓମ ପ୍ରକାଶ ମିଶ୍ର କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ତାଙ୍କ ବକ୍ତବ୍ୟରେ ବହୁ ଶିଘ୍ର ଉକ୍ତ ବିଦ୍ୟାଳୟର ରୂପରେଖ ବଦଳିବ ବୋଲି ସେ ପ୍ରତିଶୃୁତି ଦେଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ବିଡିଓ ଦେବାଶିଷ ନାୟକ , ବ୍ଳକ ଶିକ୍ଷା ଅଧିକାରିଣୀ ଭବମ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ବିଷ୍ଠୁପିୟା ବରାଳ, ଜୟପୁର ସମିତିସଭ୍ୟ ଦୀପକ ଶତପଥୀ, ବିଦ୍ୟାଳୟର ଆଳୁମିନିର ସଭାନେତ୍ରୀ ସବିତା ପଣ୍ଡା, ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଅଜୁର୍ନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟ୍ତ୍ରୀ ନମିତା ଦାଶ ବାର୍ଷିକ ବିବିରଣୀ ପାଠ କରିଥିଲେ । ବିଦ୍ୟାଳୟ ପକ୍ଷରୁ ଯୋଗ ଦେଇଥିବା ଅତିଥି ମାନଙ୍କୁ ଫୁଲଗଛ ଉପହାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ଉମାକାନ୍ତ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପୂର୍ବତନ ଛାତ୍ର ତପସ୍ୱନୀ ଦାଶ ସଭାରେ ସଂଯୋଜନା କରିଥିଲେ । ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଓ ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିଥିବା ଛାତ୍ରୀ ମାନଙ୍କୁ ଅତିଥି ମାନେ ମାନପତ୍ର ଓ ପୁରଷ୍କାର ପ୍ରଦାନ କରିଥିଲେ । ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୪/୨୦୨୫---୮,୨୦ Sakhigopal News, 10/4/2025