Breaking News

ସାକ୍ଷୀଗୋପାଳରେ ରାମନବମୀ ପର୍ବ ପାଳନ



ସାକ୍ଷୀଗୋପାଳ, -----;ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ସଲଗ୍ନରେ ରହିଛି ରାମ ମନ୍ଦିର । ପ୍ରତି ବର୍ଷ ଚୈତମାସ ଶୁକ୍ଳ ନବମୀ ତିଥିରେ ପୁରାଣ ଶାସ୍ତ୍ର ମତରେ ଭଗବାନ ଶ୍ରୀରାମଙ୍କ ଜନ୍ମ ଦିବସ ଭାବେ ପାଳନ କରାଯାଇଥାଏ ।  ଆଜି  ସକାଳୁ  ଦ୍ୱାରଫିଟା, ସ୍ନାନ, ନୂତନବସ୍ତ୍ର ପରିଧାନ, ତୁଳସି, ଫୁଲ ମାଳ ଲାଗି ପରେ ଆଳତି, ଅବକାଶ, ବାଳଭୋଗ ଭୋଗ କରାଯାଇଥିଲା । ପରେ ପରେ ଜନ୍ମବିଧି ଅନୁଯାୟୀ ହୋମଯଜ୍ଞର ଆୟୋଜନ କରାଯାଇଥିଲା । ମନ୍ଦିର ପୁରୋହିତ ଗୋପିନାଥ ଦାଶ ଓ ପୂଜକ ବଂଶୀଧର ପାଢୀ ପୂଜାକାର୍ଯ୍ୟ ସମାପନ କରିଥିଲେ ।   ମନ୍ଦିର ସୁପରଭାଇଜର  ବିଶ୍ୱନାଥ ମହାପାତ୍ର ଓ ରାମଚନ୍ଦ୍ର ନନ୍ଦ ସହଯୋଗ କରିଥିଲେ ।ଏହି ଅବସରରେ ଶ୍ରୀମଦ ।ଗବତ ଗୀତା ଓ ବେଦ ପରିଷଦ ସତ୍ୟବାଦୀ ପକ୍ଷରୁ କୁନି କୁନି ପିଲାମାନଙ୍କ ଦ୍ୱାରା ଗୀତା ଓ ବେଦ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ଆଇନଜୀବୀ ସୁଶାନ୍ତ କୁମାର ରଥ । ସେହିପରି ଶ୍ରୀରାମ ଜନ୍ମ ମହୋତ୍ସବ କମିଟି ପକ୍ଷରୁ  ସାଂସ୍କୃତିକ ଶୋଭାଯାତ୍ରା,ଆଳତି ଓ ଶ୍ରୀରାମ ବନ୍ଦନା , ଭଜନ ସମାରୋହ ପରିବେଷଣ କରାଯାଇଥିଲା ।  ସଂଧ୍ୟାରେ ଶତାଧିକ ଭକ୍ତ ମାନଙ୍କୁ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା ।  ବିଭିନ୍ନ ରାମ ମନ୍ଦିରରେ ରାମଙ୍କ ଜନ୍ମବିଧି ବା ରାମନବମୀ ପାଳିତ ହୋଇଯାଇଛି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୪/୨୦୨୫----୧୧,୨୫  

 Sakhigopal News--7/4/2025

Blog Archive

Popular Posts