Breaking News

ହରିଶହ ଦେବ ବା ହରିଆବୁଡାଙ୍କ ମେଳଣ ଶେଷ

ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ସ୍ଥିତ ହରିଶହ ଦେବ ବାଃ ହରିଆବୁଡାଙ୍କ ମେଳଣ ଶେଷ ହୋଇଯାଇଛି। ମେଳଣର ଥାନପତି ହେଉଛନ୍ତି  ବଳପୁର ଗ୍ରାମର ଭାଗବତ ଠାକୁର । ପ୍ରଥମେ  ସେ ମେଳଣ ପଡ଼ିଆରେ ଖୁଣ୍ଟଲାଗି ହେବା ପରେ କୁସୁମେଶ୍ୱର. ଆନନ୍ଦ ପୁର. ପଣ୍ଡାସାହି. ବେହେରାସାହି. ମହାରଣାସାହି. ପଥୁରିଆ ସାହି. ବାଇଁଶୀବାଡ଼ି. ଦିଉଡିସାହି. ସାରଙ୍ଗଯୋଡି ଆଦି ଗ୍ରାମର ଭାଗବତ ଠାକୁର ଘଣ୍ଟ ,ଘଣ୍ଟି,ଛତି,ମଶାଳ ଜଳାଇ କୀର୍ତନଆଦି ସଲଟନ ରେ ହରିସାହଦେଵ ଙ୍କ ନିକଟ ମେଳଣ ପଡିଆରେ ପହଞ୍ଚି ଥିଲେ । ରାତିରେ ଅପେରା ନାଚ ସାଙ୍ଗକୁ ପାଷ୍ଟଫୁଡ, ଭୋଗ  ଦୋକାନ ଓ  ଘର ସାମଗ୍ରୀ ଦୋକାନ ଗୁଡିକରେ ଲୋକମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଦେଶ କମିଟି ସଭାପତି ଯାଟାଧାରୀ ପ୍ରଧାନ ଓ କମିଟି  ସଭ୍ଯ ମାନେ ମେଳଣକୁ  ପରିଚାଳନ କରିଥିଲେ । ସୁଚନା ଯୋଗ୍ୟ ଯେ ହରିଆବୁଡା ଠାକୁରଙ୍କ ଅପାର ମହିମା ରେ  ଗୋ ମାତାଙ୍କର ବିଭିନ୍ନ ରୋଗରୁ ଆରୋଗ୍ୟ ହୋଇଥାନ୍ତି । ଉକ୍ତ ଠାକୁରଙ୍କ ମୁଖ୍ୟ ଭୋଗ ଚୁଡାଘଷା ସହିତ କଦଳୀ ଓ କୁସୁମ ଚକଟା। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୪/୨୦୨୫---୯,୩୫ Sakhigopal News,5/4/2025

Blog Archive

Popular Posts