Breaking News

ଛାତ୍ର ଛାତ୍ରୀ ମାନଙ୍କର ଚକ୍ଷୁ ପରୀକ୍ଷା ଓ ୧୩୯ ଜଣଙ୍କୁ ମାଗଣାରେ ଚଷମା ପ୍ରଦାନ


ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ୧୪ ଗୋଟି କ୍ଳଷ୍ଟରର ୬୫ ଗୋଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କର ଚକ୍ଷୁ ପରୀକ୍ଷା କରାଯାଇଛି । ରାଜ୍ୟ ସରକାରଙ୍କ ସୁରେନ୍ଦ୍ରସାଏ ଦିବ୍ୟଦୃଷ୍ଟି ଯୋଜନାରେ ଏହି କାର୍ଯ୍ୟକ୍ରମ କରାଯାଇଛି । କାର୍ଯ୍ୟକ୍ରମ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା । ବୀରଗୋବିନ୍ଦପୁର ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୨୧୮ ଜଣ ଛାତୟ ଛାତ୍ରୀ ସେମାନଙ୍କ ଚକ୍ଷୁ ପରୀକ୍ଷା କରାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୯ ଜଣଙ୍କୁ ମାଗଣାରେ ଚଷମା ଯୋଗାଇ ଦିଆଯିବ । ୮ ଜଣ ଛାତ୍ର ଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ସମ୍ବଳ ଶିକ୍ଷୟତ୍ରୀ ବାସନ୍ତୀ ହୋତାଙ୍କ ଠାରୁ ସୁଚନା ମିଳିଛି । ଏହି କାର୍ଯ୍ୟକ୍ରମକୁ ବ୍ଳକ ଶିକ୍ଷା ଅଧିକାରୀ ଭବମ ପ୍ରଧାନ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଉଦଘାଟନ କରିଥିଲେ ।  ସହଶିକ୍ଷା ଅଧିକାରୀଙ୍କ ତତ୍ୱବଧାନରେ ଶିବିର ପରିଚାଳନା ହୋଇଥିବା ବେଳେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡ, ଜ୍ୟୋସ୍ନାରାଣୀ ତ୍ରିପାଠୀ, ଚକ୍ଷୁ ସହାୟକ ରୂପାଲି ମହାନ୍ତି ଓ ଶୁଭାଶିଷ ବିଶ୍ୱାଳ ଛାତ୍ର ଛାତ୍ରୀ ମାନଙ୍କର ଚକ୍ଷୁ ପରୀକ୍ଷା କରିଥିଲେ । ସମ୍ବଳ ଶିକ୍ଷୟତ୍ରୀ ସରିତା ମହାପାତ୍ର, ସସ୍ମିତା ରଥ, ସଂଗୀତା ଦାଶ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୪/୨୦୨୫---୮,୨୫ 

Sakhigopal News, 8/4/2025

Blog Archive

Popular Posts