Breaking News

ସତ୍ୟବାଦୀର ଲୋକକଳା ଗ୍ରାମରେ ଓଡ଼ିଆ ପକ୍ଷ ପାଳନ


  ସାକ୍ଷୀଗୋପାଳ,-----ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସାରଙ୍ଗଯୋଡି ଗୋପବନ୍ଧୁ ମଣ୍ଡପ ଠାରେ କଳାସଂସ୍କୃତି ସଂଘ ପକ୍ଷରୁ  ଲୋକକଳାଗ୍ରାମରେ ଓଡ଼ିଆ ପକ୍ଷ ପାଳନ କରାଯାଇଛି।ମଣ୍ଡଳ ଉନ୍ନୟନ ଅଧିକାରୀ ତଥା ବ୍ଲକ କଳାସଂସ୍କୃତି ସଂଘର ସଭାପତି ଦେବାଶିଷ ନାୟକ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ରାଜ୍ୟ ସରକାରଙ୍କ ଓଡ଼ିଆ  ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସାରା ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ କରାଯାଉଛି ଓ  ଓଡ଼ିଆ ପକ୍ଷର ଆଭିମୁଖ୍ୟ ସଂପର୍କରେ ଉପସ୍ଥିତ କଳାକାର ଓ ସ୍ଥାନୀୟ ବ୍ୟକ୍ତିଙ୍କୁ ଅବଗତ କରାଇଥିଲେ। ଲୋକକଳାଗ୍ରାମର ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ କୈଳାସ ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦ ଦ୍ଵାରା ଗୋଟିପୁଅ ନୃତ୍ୟ ଓ ବଳପୁରର ତାରିଣୀ ମହିଳା ସଂକୀର୍ତ୍ତନ ମଣ୍ଡଳୀ ଦ୍ଵାରା ଓଡିଶୀ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ଏହି ଅବସରରେ ବର୍ଷୀୟାନ ଲୋକକଳା ଗୁରୁ କୁଳମଣି ବିଶ୍ଵାଳ, ଗୋଟିପୁଅ ଗୁରୁ ଭାଗୀରଥି ମହାପାତ୍ର, ସଂକୀର୍ତ୍ତନ ଗୁରୁ ଶୁଭସୁନ୍ଦର ଘଟୁଆରୀ,ପାଲା ଗୁରୁ ପ୍ରଭାକର ବିଶ୍ଵାଳ, ଚିତ୍ରକଳା ଗୁରୁ ରାଜନ ପରିଡ଼ା ଓ ସାହିଯାତ ଗୁରୁ ନରସିଂହ ପ୍ରଧାନ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ସଂକୀର୍ତ୍ତନ ଗାୟକ ପୂର୍ଣ୍ଣଚନ୍ଦ୍ର ବାରିକ,ପାଲା କଳାକାର ଧୁରନ୍ଧର ପ୍ରଧାନ ଓ ସଙ୍ଗୀତଜ୍ଞ ତଥା ବାଦ୍ୟଯନ୍ତ୍ର ଶିଳ୍ପୀ ଲୋକନାଥ ଭୋଇଙ୍କୁ  କଳାସଂସ୍କୃତି ସଂଘ ପକ୍ଷରୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ବ୍ଲକ ସାମାଜିକ ସେବା ଅଧିକାରିଣୀ ମୋନିକା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।  ପାଲା ଗାୟକ ତଥା ଶିକ୍ଷକ ସଦାଶିବ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ।  ବ୍ଲକ କଳାସଂସ୍କୃତି ସଂଘର ଉପସଭାପତି ରମେଶ ଚନ୍ଦ୍ର ପଲେଇ କାର୍ଯ୍ୟକ୍ରମକୁ ଆୟୋଜନରେ ଉତ୍ସବ ସୁରୁଖୁରୁରେ ଶେଷ ହୋଇଥିଲା। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୦/୪/୨୦୨୫-----୮,୨୦ Sakhigopal News,10/4/2025

Blog Archive

Popular Posts