Breaking News

ଡେଲାଙ୍ଗ ଉନ୍ନୀତ ଉ ପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ; ନୃତ୍ୟ ଗୀତ ଓ ସମ୍ବର୍ଦ୍ଧନାରେ ଉଚ୍ଛୁଳିଲା ବାର୍ଷିକ ଉତ୍ସବ ମଞ୍ଚ


 ଡେ଼ଲାଙ୍ଗ - ଡେଲାଙ୍ଗ-ବ୍ଲକ୍ ର ପୁରାତନ ବିଦ୍ୟାଳୟ ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଛାତ୍ର, ଶିକ୍ଷକ ସାମ୍ବାଦିକମାନଙ୍କ ସମ୍ବର୍ଦ୍ଧନା ସହ ନାଚଗୀତ ସହ ଆନନ୍ଦ ଉଲ୍ଲାସରେ ଶେଷ ହୋଇଯାଇଛି।ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡେଲାଙ୍ଗ-ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗଦେଇ କୃତି  ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରି ନୂତନ ଶିକ୍ଷା ସ୍ରୋତରେ ସମସ୍ତେ ସାମିଲ୍ ହୋଇ ସମାଜ ଓ ଦେଶକୁ ସତ୍ ଦିଗରେ ଆଗେଇ ନେବାକୁ ମତ ପ୍ରକାଶ କରିଥିଲେ । ବିଦ୍ୟାଳୟର ଅଭାବ ଅସୁବିଧା ଦୂର ସହ ଭିତ୍ତିଭୂମି ସୁଦୃଢ଼ କରି ପଞ୍ଚାୟତରେ ଆଗକୁ ଗଢା ହେବାକୁ ଥିବା ଗୋଦାବରୀଶ ଆଦର୍ଶ ବିଦ୍ୟାଳୟରେ ଏହି ବିଦ୍ୟାଳୟକୁ ସାମିଲ୍ କରିବାକୁ ବିଚାରକୁ ନିଆଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭୟ ଚରଣ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନ ଓ ସଭାପତିତ୍ବରେ ସମସ୍ତ କାର୍ଯ୍ୟ ସଫଳତାର ସୁରୁଖୁରୁରେ ସମ୍ପାଦିତ ହୋଇଥିଲା ।ମୁଖ୍ୟ ଅତିଥି ଭାବେ ମଣ୍ଡଳ ଶିକ୍ଷା ଅଧିକାରୀ ଶତୃଘ୍ନ ବେହେରା, ବିଶିଷ୍ଟ ଅତିଥି ଭାବେ ଭାରତ ସରକାରଙ୍କ ଉତ୍ତର ପୂର୍ବାଞ୍ଚଳ ପରିଷଦର ପ୍ରାକ୍ତନ ଜନ ସଂପର୍କ, ସଂସ୍କୃତି ନିର୍ଦ୍ଦେଶକ ଓ ଖ୍ୟାତି ସଂପନ୍ନ ସାହିତ୍ୟିକ ମାନସ ରଞ୍ଜନ ମହାପାତ୍ର, କବୟିତ୍ରୀ ତଥା ଶିକ୍ଷାବିତ୍ ଶୈଳବାଳା ମହାପାତ୍ର, ଅଧ୍ୟାପିକା ସ୍ଵର୍ଣ୍ଣଲତା ମାହାରୀ,ଅସ୍ତରଙ୍ଗର ପ୍ରାକ୍ତନ ବିଇଓ ଚିତ୍ତରଞ୍ଜନ ସ୍ବାଇଁ, ପୂର୍ବତନ ବିଇଓ ସଚ୍ଚିଦାନନ୍ଦ ପ୍ରଧାନ, ଯୁଧିଷ୍ଠିର ପରିଡ଼ା,ଶିକ୍ଷାବିତ୍ ରାମଚନ୍ଦ୍ର ଦାଶ, ଏବିଇଓ ସୁଷମା ଦାଶ, ସଞ୍ଜୁକ୍ତା କୁମାରୀ ମିଶ୍ର , ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସ୍ୟବାଦୀ ଦାଶ  ସିଆରସିସି ଲୋକନାଥ ପ୍ରଧାନ ପ୍ରମୁଖ ଯୋଗଦେଇ ଶିକ୍ଷକ, ଛାତ୍ର ଛାତ୍ରୀ,ଶିକ୍ଷା  ପ୍ରଶାସନ ଓ ଅଭିଭାବକଙ୍କ ସମ୍ମିଳିତ ସହଯୋଗରେ ବିଦ୍ୟାଳୟ ହସି ଉଠିବ ବୋଲି କହି ପ୍ରତ୍ୟେକ କ୍ଷେତ୍ରରେ ଶାନ୍ତି ଓ ମୂଲ୍ୟବୋଧ ବଜାୟ ରଖିବାକୁ ଆହ୍ୱାନ ଦେଈଥିଲେ। ସ୍ଥାନୀୟ ସରପଞ୍ଚ ଦୀପକ କୁମାର ସାହୁ ଉତ୍ସବରେ ସମସ୍ତଙ୍କୁ ଉତ୍ସାହିତ କରି  ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।ସଭା ଆରମ୍ଭ ପୂର୍ବରୁ ନିକଟରେ ରତନପୁରର ଛାତ୍ର ଆଶୀର୍ବାଦ ସାହୁର ଅକାଳ ବିୟୋଗ ଓ ସନ୍ତ୍ରାସବାଦୀଙ୍କ ଦ୍ବାରା ଜାମୁ କାଶ୍ମୀରରେ ନିହତଙ୍କ ଉଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା ।କୁନି ନୃତ୍ୟ ଶିଳ୍ପୀ ପ୍ରତ୍ୟାଶା ମିଶ୍ର ସଭାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲା ବେଳେ ଲିସମା ମହାନ୍ତି ଏବିଇଓ ଶ୍ୟାମସୁନ୍ଦର ଦାସ ଆଧ୍ୟାତ୍ମିକ ଭଜନ ପରିବେଷଣ କରିଥିଲେ। ଏହି ବିଦ୍ୟାଳୟର ଅବସରପ୍ରାପ୍ତ ବର୍ଷୀୟାନ୍ ଆଦର୍ଶ ଶିକ୍ଷକ ଦିବାକର ବିଶ୍ବାଳ, ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ, ଧୀରେନ୍ଦ୍ର ସେନାପତିଙ୍କୁ ମାନପତ୍ର ଉତ୍ତରୀୟ ପୁଷ୍ପଗୁଛ ପ୍ରଦାନ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା ।ଆଦର୍ଶ ବିଦ୍ୟାଳୟରେ ସ୍ଥାନ ପାଇଥିବା ଏହି ବିଦ୍ୟାଳୟର ଛାତ୍ରୀ ଇସିତା ବେହେରା, ଅମ୍ଳାନ ସୁବୁଦ୍ଧି ଓ ବିଦ୍ୟାଳୟର ମେଧା ଛାତ୍ର ଆତ୍ମଜିତ୍ ବେହେରା , ଚଳିତ ବର୍ଷର ଚମ୍ପିୟାନ୍ ଛାତ୍ରୀ ସିମରନ୍ ଆସୀନ୍ ରାଜଦୀପ ସେଠୀଙ୍କୁ ପ୍ରଶଂସା ପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ସ୍ଵତନ୍ତ୍ର ସମ୍ବର୍ଦ୍ଧିତ କରାଯାଇ ବିଭିନ୍ନ ପ୍ରତିଯୋଗିତାର ୮୫ ଜଣ କୃତି ଛାତ୍ର ଛାତ୍ରୀଙ୍କୁ ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଚଳିତ ବର୍ଷର ଉତ୍ତମ ଅଭିଭାବକ ଗୀତାରାଣୀ ନାୟକ, ସତ୍ୟବାଦୀର ଆଦର୍ଶ ଶିକ୍ଷକ ତଥା ସଙ୍ଗୀତଜ୍ଞ ଲକ୍ଷ୍ମୀପ୍ରସାଦ ପାଣି କମିଟି ସଭ୍ୟା ଦୁର୍ଯୋଧନ ସାମନ୍ତରାୟ,ବିଦ୍ୟାଳୟର ଶିକ୍ଷକ ଟିକେଇ ଦଳାଇଙ୍କ  ସହ ବୁଦ୍ଧିଜୀବୀ ଦାଶରଥି ବାରିକଙ୍କୁ ମଞ୍ଚରେ ସମ୍ମାନୀତ କରାଯାଇଥିଲା। ଶିକ୍ଷକ ଫକିର ଚରଣ ଦାସ ମଞ୍ଚର  ସୁପରିଚାଳନା କରିଥିଲେ। ପରିଚାଳନାରେ ଶିକ୍ଷକ ଅଜୟ ପ୍ରଧାନ,ମାସ ରଞ୍ଜନ ସ୍ଵାଇଁ,ପାପ୍ଲିନ୍ ପ୍ରଧାନ, ସତ୍ୟଭାମା ବେହେରା, ରୋଜାଲିନ ମହାରଣା, ପ୍ରିୟତ୍ତମା ସାହୁ,ସଭ୍ୟା ଶକ୍ତିମୟୀ ପରିଡ଼ା, କମିଟି ଉପାଧ୍ୟକ୍ଷ ଗୋରୀମଣି ବେହେରା,ସଭ୍ୟ ଜିତେନ୍ଦ୍ର ସେଠୀ, ପ୍ରଶାନ୍ତ ବେହେରା ,ଅଭିଭାବକ ପ୍ରସନ୍ନ କୁମାର ସାମନ୍ତରାୟ , ନବଘନ ବେହେରା ଓ ଅନ୍ୟମାନେ ପୂର୍ଣ୍ଣ ସହଯୋଗ କରିଥିଲେ। ପିଲାମାନ ସ୍ଵାଗତ ସଙ୍ଗୀତରେ ନୃତ୍ୟ ପରିବେଷଣ  କରିବା ସହ ସମ୍ବଲପୁରୀ ନୃତ୍ୟରେ ସମସ୍ତଙ୍କୁ ବିମୋହିତ କରିଥିଲେ। ଏଥିରେ ଶିକ୍ଷକ ସଂଘ ସଭାପତି ଦିଗମ୍ବର ରଥ ସମ୍ପାଦକ ପ୍ରଶାନ୍ତ ଦାସ, ପ୍ରଧାନ ଶିକ୍ଷକ ଅଭୟ ରଥ, ଶିକ୍ଷାବିତ୍ ନିରଞ୍ଜନ ସାହୁ,ପବିତ୍ର ଜେନା , ସିଆରସିସି ସୋମନାଥ ବେହେରା, କ୍ଷେତ୍ରବାସୀ ଆଳୁକ,ମନୋଜ ମହାରଣା,ହରି ପାତ୍ର ବିଇଓ କାର୍ଯ୍ୟାଳୟ କର୍ମଚାରୀ ନବ ମିଶ୍ର, ମଧୂସୁଦନ ପ୍ରଧାନ, ସନ୍ତୋଷ ଦଳାଇ ପ୍ରମୁଖ ଏଥିରେ ଯୋଗ ଦେଇଥୁଲେ । ।କମିଟି ସଭାପତି ପ୍ରମୋଦ କୁମାର ସେଠୀ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୬/୪/୨୦୨୫----୮,୩୫ Sakhigopal News,26/4/2025

Blog Archive

Popular Posts