>>
  • ସତ୍ୟବାଦୀରେ ବିଶ୍ବ ପରିବେଶ ସୁରକ୍ଷା ସପ୍ତାହ ଉଦ୍‌ଯାପିତ ହୋଇଯାଇଛି
  • ସତ୍ୟବାଦୀରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ


     


    ସାକ୍ଷୀଗୋପାଳ,---- ସତ୍ୟବାଦୀ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୀରଗୋବିନ୍ଦପୁର ଠାରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ଳକ ଶିକ୍ଷା ଅଧିକାରୀ ଭବମ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସିଡିପିଓ ରାଜଲକ୍ଷ୍ମୀ ଦାଶ, ଜିଲ୍ଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ବିଷ୍ଠୁପିୟା ବରାଳ, ଏମପିଙ୍କ ପ୍ରତିନିଧି ତ୍ରିଲୋଚନ ରଥ, ବିଆରସିସି ପ୍ରଭାସ ଚନ୍ଦ୍ର କରଣ, ଏବିଇଓ କୁମୁଦୁନି ମିଶ୍ର, ସ୍ଥାନୀୟ ସରପଞ୍ଚ ଚିନ୍ମୟୀ କିଷ୍ଣାବେଣି ଭଞ୍ଜ, ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଅମୃତା ମିଶ୍ର ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ସହ ପିଲାମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବଡିବ ବୋଲି ଯୋଗ ଦେଇଥିବା ଅତିଥି ମାନେ କହିଥିଲେ । ପାଞ୍ଚବର୍ଷାରୁ ଅଧିକ ୧୨ ଜଣ ଛାତ୍ର ଛାତ୍ରୀ ମାନେ ଉକ୍ତ ବିଦ୍ୟାଳୟରେ ନାମ ଲେଖାଇଛନ୍ତି । ସରକାରଙ୍କ ପକ୍ଷରୁ ପିଲାମାନଙ୍କୁ ପାଠ୍ୟ ଉପକରଣ କିଟ  ସହିତ ଫୁଲ ଓ ଚକୋଲେଟ ଦିଆଯାଇଥିଲା । କାଦୁଆ ସିଆରସିସି ସୁନୀଲ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବୀରଗୋବିନ୍ଦପୁର କ୍ଳଷ୍ଟରର ସିଆରସିସି ଅଜୟ କୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟ ସିଆରସିସି ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସତ୍ୟବାଦୀ ବ୍ଳକର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ପ୍ରବେଶ ଉତ୍ସବ ସହିତ ଖଡିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେହିପରି ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ଏକ ଶିକ୍ଷା ସଚେତନତା ରଥକୁ ଯୋଗ ଦେଇଥିବା ଅତିଥି ମାନେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଆଜିର ଦିନରେ ବ୍ଳକର ଚାରିଜଣ ଶିକ୍ଷକ ଶିକ୍ଷୟତ୍ରୀ ଅବସର ଗ୍ରହଣ କରିଥିବା ବେଳେ ସେମାନଙ୍କୁ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଫାଇନାଲ ପେନସନ କାଗଜପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି ।

    ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୪/୨୦୨୫---୭,୧୦      Sakhigopal News---2/4/2025

    Blog Archive

    Popular Posts