Breaking News

ସତ୍ୟବାଦୀରେ କୃଷି ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଅଖିମୁଠି ଅନୂକୂଳ


ସାକ୍ଷୀଗୋପାଳ,----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନୂଆସୋମେଶ୍ୱରପୁର ଗ୍ରାମ ପଞ୍ଚାୟତର ଡାଉରଙ୍ଗ ସାହି ସ୍ଥିତ ନାହାକିଆଣି ମନ୍ଦିର ନିକଟ ଗହିରରେ କୃଷି ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଅଖିମୁଠି ଅନୂକୁଳ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ପୁରୀ ଲୋକସଭା ସଂସଦ ଡ. ସମ୍ବିତ ପାତ୍ର, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଓ ପିପିଲି ବିଧାୟକ ଆଶିତ ପଟ୍ଟନାୟକଙ୍କ ସହିତ ପୁରୀ ଜିଲ୍ଲାର କୃଷି ବିଭାଗର ଅଧିକାରୀ ମାନେ ଏହି ଅଖିମୁଠି ଅନୁକୂଳ ପର୍ବରେ ଯୋଗ ଦେଇ ଗତବର୍ଷ ଜିଲ୍ଲାରେ ଯେପରି ଭଲ ଫସଲ ଅମଳ ହେବା ସହ ଚାଷୀ ମାନଙ୍କର ଉନ୍ନତି ହେବ ସେଥିଯୋଗୁ ମାଲକ୍ଷ୍ମୀ ଓ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପ୍ରାଣୀଗ୍ରାହି, ବିଡିଓ ଦେବାଶିଷ ନାୟକ, ଅତିରିକ୍ତ ତହସିଲଦାର ଓମ ପ୍ରକାଶ ମିଶ୍ର, ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା,  ଜୟପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଦୀପକ ଶତପଥ. ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର ଓବିଷ୍ଣୁପିୟା ବରାଳ ପ୍ରମୁଖ ଯୋଗ ଦେଇଥିଲେ ।  ସତ୍ୟବାଦୀ ବ୍ଳକର ଦୁଇଜଣ ସଫଳ ଚାଷୀଙ୍କୁ ଏହି ଅବସରରେ ସମ୍ମାନୀତ କରାଯାଇଥିଲା । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୦/୪/୨୦୨୫----୭,୩୫ Sakhigopal News,30/4/2025

Blog Archive

Popular Posts