ସତ୍ୟବାଦୀ ବ୍ଳକର ଜୟପୁର ପଞ୍ଚାୟତରେ ଓଡିଆ ପକ୍ଷ ପାଳନ
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ପକ୍ଷରୁ ଜୟପୁର ଗ୍ରାମ ପଞ୍ଚାୟତରେ ଓଡିଆ ପକ୍ଷ ପାଳିତ ହୋଇଯାଇଛି । ଏହି ଅବସରରେ ବକୁଳବନ ସ୍ଥିତ ପଞ୍ଚସଖାଙ୍କ ସ୍ମୃତିପୀଠ ରେ ମାଲ୍ୟାର୍ପଣ କରିବା ପରେ ସେଠାରୁ ଏକ ଶୋଭାଯାତ୍ରା ବାହାରି ସାକ୍ଷୀଗୋପିନାଥ ମନ୍ଦିର ସମ୍ମୁଖରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲା । ପଣ୍ଡିତ ଗୋପବନ୍ଧୁଙ୍କୁ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାପରେ ଏକ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଳକ ବିଡିଓ ଦେବାଶିଷ ନାୟକ, ଜୟପୁର ପଞ୍ଚାୟତର ସମିତିସଭ୍ୟ ଦୀପକ ଶତପଥୀ, ସରପଞ୍ଚଙ୍କ ପ୍ରତିନିଧି ଦେବଦତ୍ତ ସାମନ୍ତରାୟଙ୍କ ସହିତ ବ୍ଳକର ଜେଇ ଓ ଉକ୍ତ ପଞ୍ଚାୟତର ମହିଳାଗୋଷ୍ଠୀ ଏମବିକେ ଓ ସିଆରପି ମାନେ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୪/୨୦୨୫----୧୧,୨୫ Sakhigopal News, 7/4/2025