ମଧୁବାବୁ ଙ୍କ ଜୟନ୍ତୀ ଓ ବୈଶାଖୀ କବିତା ଆସର ଅନୁଷ୍ଠିତ
ସାକ୍ଷୀଗୋପାଳ,---- ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ମଠସାସି ସ୍ଥିତ ଦୁର୍ଗା ବିହାର ବନ୍ଧନା ନିବାସ ପରିସରରେ ୧୭୭ତମ ମଧୁବାବୁ ଙ୍କ ଜୟନ୍ତୀ ଓ ବୈଶାଖୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଜ୍ୟୋତିର୍ବିଦୀ ଦେବୀ ପ୍ରସାଦ ମହାପାତ୍ରଙ୍କ ସହିତ ଆଇନଜୀବୀ ଅଞ୍ଜନ କୁମାର ହୋତା, କବି ତଥା ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ, ସଞ୍ଜୁଲତା ମହାନ୍ତି ପଟ୍ଟନାୟକ, ବିଭୁତି ଭୁଷଣ ହୋତା, କୃଷ୍ଣ ଚନ୍ଦ୍ର ପତି, ମହେଶ୍ୱର ଜେନା, ରଞ୍ଜନ କୁମାର ମିଶ୍ର, ସମ୍ପୁର୍ଣ୍ଣା ନନ୍ଦ ମିଶ୍ର, କୁମାର ଗୋୖରବ ,ପ୍ରମିଳା ପଟ୍ଟନାୟକଙ୍କ ସହିତ ବନ୍ଧନା ସାହିତ୍ୟକ ପତ୍ରିକାର ପ୍ରତିଷ୍ଠାତା ବନ୍ଦନା ମହାପାତ୍ର ପ୍ରମୁଖ ଯୋଗଦେଇ ମଧୁବାବୁଙ୍କ ସମ୍ପର୍କରେ ମତ ପ୍ରକାଶ କରିବା ସହ କବିତା ପାଠୋତ୍ସବ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମାଟିର ମହକ ଓ ବନ୍ଦନା ସାହିତ୍ୟ ପତ୍ରିକା ଅନୁଷ୍ଠାନ ଆୟୋଜନ କରିଥିଲେ। କବି ତଥା ଶିକ୍ଷକ ରବୀନ୍ଦ୍ରନାଥ ଷଡ଼ଙ୍ଗୀ ଧନ୍ୟବାଦ ଦେଇଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୮/୪/୨୦୨୫---୮,୪୫ Sakhigopal News,28/4/2025