Breaking News

ଅତାବିରା ରେ ପର୍ଶୁରାମ ଜୟନ୍ତୀ ପାଳିତ


ବରଗଡ଼:- ଯୁଗେ ଯୁଗେ ଦୁଷ୍ଟମାନଙ୍କର ସଂହାର ପାଇଁ ଅବତାର  ନେଉଥିବା ବିଷ୍ଣୁଙ୍କର ଦଶା ବତାର ମଧ୍ୟରୁ ବିଶ୍ଵ ବନ୍ଦ୍ୟ ପର୍ଶୁରାମ ହେଉଛନ୍ତି ଷଷ୍ଠ ଅବତାର। ଅହଙ୍କାରୀ ଦୁଷ୍ଟ କ୍ଷତ୍ରୀୟଙ୍କ ପୃଥ୍ଵୀଲୋକରେ ଦୌରାତ୍ମ୍ୟ ବଢିଯାଇଥଲl।ପୃଥ୍ଵୀଲୋକକୁ ଶାନ୍ତି ପ୍ରଦାନ ନିମନ୍ତେ ପର୍ଶୁରାମଙ୍କର ଜନ୍ମ ହୋଇଥିଲା।ବୈଶାଖ ଶୁକ୍ଳ ତୃତୀୟା ଅର୍ଥାତ ଅକ୍ଷୟ ତୃତୀୟାରେ ଭୃଗୁବଂଶୀ ଯମଦଗ୍ନୀ ଓ କ୍ଷେତ୍ରୀୟାଣୀ ରେଣୁକା ଙ୍କ ଗର୍ଭରୁ ସେ ଜନ୍ମ ଗ୍ରହଣ କରିଥିଲେ। ତେଣୁ ବ୍ରାହ୍ମଣ କୂଳରେ ପର୍ଶୁରାମ ଙ୍କର ଜନ୍ମୋସ୍ଥବ ପାଳନର ପରମ୍ପରା ରହିଛି। ଆଜିି ଅତାବିରା ବ୍ରାହ୍ମଣ ପରିବାର ର ମିଳିତ ଆନୁକୁଲ୍ୟରେ ପର୍ଶୁରାମ ଜୟନ୍ତୀ ପାଳିତ ହୋଇଯାଇଛି।ପ୍ରଥମେ ଅତାବିରା ସ୍ଥିତ ମା ଦୂର୍ଗା ଙ୍କ ମନ୍ଦିର ରେ ଶ୍ରୀ ଶ୍ରୀ ଭଗବାନ ପର୍ଶୁରାମ ଙ୍କ ଜନ୍ମୋତ୍ସବ ପାଇଁ ବିଧି ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା।ଏଥିରେ ସପତ୍ନିକ ନିଶିକାନ୍ତ ପଣ୍ଡା ଓ ସୁଷମା ପଣ୍ଡା କର୍ତ୍ତା ଦାୟିତ୍ଵ ତୁଲାଇ ମାଁ ଦୁର୍ଗାଙ୍କ ପୂଜା ଆଳତି ପୂର୍ବକ ବ୍ଲକ କର୍ମ କାଣ୍ଡିୟ ପଣ୍ଡିତ ମାନେ ତଥା ଅଞ୍ଚଳର ବ୍ରାହ୍ମଣ ସମାଜର ସମସ୍ତ ପରିବାର ଜୟ ପର୍ଶୁରାମ ଧ୍ବନିରେ ଘଣ୍ଟ ଓ ଦୁଲୁଦୁଲି ବାଜା ସହ ଶୋଭାଯାତ୍ରା ବାହାରି ସ୍ଥାନୀୟ ଅଗ୍ରସେନ ଭବନ ଠାରେ ପହଞ୍ଚିଥିଲେ।ସେଠାରେ ଫୁଲ ଚନ୍ଦନ ଦେଇ ସତ୍ୟ ନାରାୟଣ ମିଶ୍ର ଓ ପରିବାର ଙ୍କ ଦ୍ଵାରା  ସମସ୍ତ ବ୍ରାହ୍ମଣ ମାନଙ୍କ ପାଦଧୌତ କରାଯାଇ ଥିଲା।ଏହାପରେ ଏକ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ସମସ୍ତେ  ପ୍ରସାଦ ସେବନ କରିଥିଲେ।ଏଥିରେ ସମାଜ ର ବରିଷ୍ଠ ବ୍ୟକ୍ତିଙ୍କ ସମେତ ବ୍ରାହ୍ମଣ ଉପସ୍ଥିତ ଥିଲେ। ବରଗଡ଼ ରୁ ନବୀନ କୁମାର ଦାଶ ଙ୍କ ରିପୋର୍ଟ,୧/୫/୨୦୨୫---୧୧,୧୦ Sakhigopal News,1/5/2025

Blog Archive

Popular Posts