Breaking News

ରାମନବମୀ ପାଇଁ ଉତ୍ସବ ମୁଖରିତ ଗାଁ; ହରିନାମ ସଂକ୍ରିର୍ତ୍ତନରେ କମ୍ପୁଛି ଗାଁ ଦାଣ୍ଡ

କୋଣାର୍କ ---- ପବିତ୍ର ରାମ ନବମୀ ପାଇଁ ଗାଁ ଠାରୁ ସହର ସବୁଠି ଶ୍ରୀରାମଙ୍କ ନାମ ପ୍ରକମ୍ପିତ ହୋଇଥିବା ବେଳେ ଉତ୍ସବ ମୁଖରିତ ହୋଇଛି ପୂର ପଲ୍ଲୀ । ଏହାରି ମଧ୍ୟରେ ଏହି ଉତ୍ସବକୁ ଅଧିକ ବିଶେଷ ଏବଂ ଆକର୍ଷଣୀୟ କରିବା ନିମନ୍ତେ ବିଭିନ୍ନ ସ୍ଥାନରେ ଅଷ୍ଟପ୍ରହର ନାମଯଜ୍ଞ ପାଳିତ ହେଉଥିବା ବେଳେ ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ କୁରୁଜଙ୍ଗ ଗ୍ରାମ ପଞ୍ଚାୟତ ଅଧୀନ ବାମରା ଗ୍ରାମର ଗ୍ରାମ୍ୟଦେବୀ ମା' ବାମରେଇଙ୍କ ପ୍ରାଙ୍ଗଣରେ ସ୍ବତନ୍ତ୍ର ଭାବେ ପାଳିତ ହୋଇଯାଇଛି ପୂଜାର୍ଚ୍ଚନା । ଗ୍ରାମବାସୀ ମାନେ ସମୂହ ଏକତ୍ରିତ ହୋଇ ଶନିବାର ଅଧିବାସ ତଥା କଳସ ଶୋଭା ଯାତ୍ରାରେ ପାଣି ତୋଳା, ରବିବାର ନାମ ସଂକୀର୍ତ୍ତନ ଏବଂ ସୋମବାର ପୂର୍ଣ୍ଣାହୁତି ପରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।ଛୋଟ ଠାରୁ ବଡ଼ ସଭିଏଁ ଆନନ୍ଦରେ ଏକତ୍ରିତ ହୋଇ ଏହି ଉତ୍ସବ ଅତି ଧୁମଧାମରେ ପାଳନ କରିଥିଲେ। ହରି ନାମ କୀର୍ତ୍ତନରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠୁଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମକୁ ଗ୍ରାମ୍ୟ କମିଟିର ସଭାପତି ଶ୍ୟାମ ସୁନ୍ଦର କଅଁରା, ସମ୍ପାଦକ ଅଭୟ କୁମାର ସ୍ୱାଇଁ, ଅଭୟ କୁମାର ବିଶ୍ୱାଳ, ମେଘନାଦ ସ୍ୱାଇଁ, ନଟବର ସେନାପତି ଙ୍କ ସହ ଗ୍ରାମବାସୀ ମାନେ ମିଳିତ ଭାବେ ଆୟୋଜନ କରିଥିଲେ। କୋଣାର୍କ ରୁ ଅଜିତ ମଲ୍ଲିକ ଙ୍କ ରିପୋର୍ଟ,୮/୪/୨୦୨୫----୮,୨୫ Sakhigopal News,8/4/2025

Blog Archive

Popular Posts