ମହାବିଷୁବ ସଂକ୍ରାନ୍ତି ଅବସରରେ ପୁସ୍ତକ ପୂଜ୍ଯ ପ୍ରଣାମ ଉନ୍ମୋଚନ
ସାକ୍ଷୀଗୋପାଳ ----ଭାରତୀୟ ଦାର୍ଶନିକ ଧାର୍ମିକ ସାଂସ୍କୃତିକ ଓ ସାମାଜିକ ଜୀବନଧାରାରେ ମହାବିଷୁବ ସଂକ୍ରାନ୍ତିର ମହକ ଓ ମହନୀୟତା ରହିଆସିଛି ।ଆମର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ପରମ୍ପରା ବହୁପ୍ରାଚୀନ । ସୁଆଣ୍ଡୋ ସ୍ଥିତ ଶ୍ରୀରାଧା ବିନୋଦ ବିହାରୀ ଠାକୁରଙ୍କ ପୀଠରେ ପ୍ରତିବର୍ଷ ପରି ବିଷୁବ ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାହିତ୍ୟ ଆସର ଓ ଅତିଥି ମାନଙ୍କ ଦ୍ଵାରା ପୁସ୍ତକ ଉନ୍ମୋଚନ ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯକ୍ରମରେ ଅଧ୍ଯାପକ ବିନୟ କୁମାର ମିଶ୍ର , ପ୍ରାକ୍ତନ ଅଡିଟ ଅଫିସର ପ୍ରଫୁଲ କୁମାର ମହାପାତ୍ର, ବିଜୟଲକ୍ଷ୍ମୀ ଦାଶ, ପ୍ରାଧ୍ୟାପକ ବ୍ରୁନ୍ଦାବନ ଚନ୍ଦ୍ର ରଥ , ପ୍ରାଧ୍ୟାପକ ଯଦୁମଣି ମହାପାତ୍ର , ସନ୍ତୋଷ କୁମାର ଦାଶ , ଜ୍ଞାନେନ୍ଦ୍ର ନାଥ ଦାସ , ଦେବେନ୍ଦ୍ର ନାଥ ଦାସ,ରବୀନ୍ଦ୍ରନାଥ ଦାଶ , ନିରଞ୍ଜନ ମହାପାତ୍ର , ସାମ୍ବାଦିକ ଧୀରେନ୍ଦ୍ର ସେନାପତି, ଜିଲାପରିଷଦ ସଭ୍ଯ ରତିକାନ୍ତ ମିଶ୍ର , ଦିବାକର ମହାପାତ୍ର , ରମେଶଚନ୍ଦ୍ର ପଲେଇ , ହେମେନ୍ଦ୍ର ମହାନ୍ତି, ଶିକ୍ଷକ ଶିଖର ବେହେରା , କାହ୍ନୁଚରଣ ଦାଶ , ବାଉରିବନ୍ଧୁ ସ୍ୱାଇଁ, ପଞ୍ଚାନନ ଦାସ ଓ ଲକ୍ଷ୍ମଣ ଦାଶ ପ୍ରମୁଖ ସାହିତ୍ଯାନୁରାଗୀ ଉପସ୍ଥିତ ରହିଥିଲେ । ବୈଦିକ , ଶାକ୍ତ , ଶୈବ , ବୈଷ୍ଣବ , ଓ ସୌର ପ୍ରତ୍ୟେକ ସଂପ୍ରଦାୟ , ପାରିବାରିକ ଓ ସାମୁହିକ ଭାବରେ ଏହି ମହାପର୍ବ ମହାଆଡ଼ମ୍ବରରେ ପାଳନ କରିଥାନ୍ତି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସଙ୍କ ଦ୍ୱାରା ଲିଖିତ ପୁସ୍ତକ' ପୂଜ୍ଯ ପ୍ରଣାମ' ଉନ୍ମୋଚନ କରିଥିଲେ । ପୁସ୍ତକକୁ ସମିକ୍ଷା କରି ଅଧ୍ଯାପକ ଶ୍ରୀ ମିଶ୍ର କହିଲେ ଯେଉଁ ମହାପୁରୁଷ ମାନେ ଦେଶଦଶ ପାଇଁ ନିଜ ଜୀନକୁ ଉତ୍ସର୍ଗ କରି ଆମକୁ ସ୍ୱାଧନତା ଆଣି ଦେଇଛନ୍ତି ସେମାନଙ୍କ ସଂପର୍କରେ ବହୁ ଉପାଦେୟ ବିଷୟମାନ ଲେଖା ଯାଇଛି । ଯାହା ପାଠକୀୟ ଆଦ୍ରୁତି ଲାଭ କରିବ ବୋଲି କହିଥିଲେ । ପୂଜ୍ୟପୂଜା ପୁସ୍ତକରେ ବହୁତ ଉପାଦେୟ ବିଷୟ ସ୍ଥାନୀତ ହୋଇଛି ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୪/୨୦୨୫----୮,୨୫ Sakhigopal News,16/4/2025