ସାକ୍ଷୀଗୋପାଳ କଲେଜରେ ପ୍ରକଳ୍ପ ଉପସ୍ଥାପନା ଓ ବିଦାୟ ସମ୍ବର୍ଦ୍ଧନା
ସାକ୍ଷୀଗୋପାଳ - ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ସଭାଗୃହରେ ଆଜି ସଂସ୍କୃତ ବିଭାଗ +୩ ଶେଷବର୍ଷ ଛାତ୍ରଛାତ୍ରୀମାନଙ୍କର ଡି.ଏସ୍.ଇ- ୪ ପ୍ରକଳ୍ପ ଉପସ୍ଥାପନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାହ୍ୟ ପରୀକ୍ଷକ ସୁରଜ ମଲ୍ଲ ଶାହା ମହାବିଦ୍ୟାଳୟର ସଂସ୍କୃତ ବିଭାଗର ପ୍ରାଧ୍ୟାପିକା ପ୍ର. ହରପ୍ରିୟା ମହାରଣାଙ୍କ ଉପସ୍ଥିତିରେ ସମସ୍ତ ଛାତ୍ରଛାତ୍ରୀମାନେ ନିଜ ନିଜର ପ୍ରକଳ୍ପ ଉପସ୍ଥାପନା କରିଥିଲେ । ଏହି ଅବସରରେ ପ୍ର. ମହାରଣା ସେମାନଙ୍କୁ ପ୍ରକଳ୍ପର ବିଷୟ ସମ୍ବନ୍ଧରେ କିଛି ମୌଖିକ ପ୍ରଶ୍ନ ପଚାରିଥିଲେ । ପରେ ସମ୍ମାନ ବିଭାଗ +୩ ଦ୍ୱିତୀୟ ବର୍ଷ ଓ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଶେଷ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସତ୍ୟ ଶିବ ସୁନ୍ଦର ମିଶ୍ର ସଭାପତିତ୍ୱ କରି ବିଦାୟୀ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ଓ ଉତ୍ତରୋତ୍ତର ସଫଳତା ଲାଭ କରନ୍ତୁ ବୋଲି ଶୁଭେଚ୍ଛା ପ୍ରଦାନ କରିଥିଲେ।
ଏହି ଅବସରରେ ବିଭାଗୀୟ ମୁଖ୍ୟା ପ୍ରାଧ୍ୟାପିକା ସୁଜାତା ମହାପାତ୍ର, ପ୍ରାଧ୍ୟାପିକା ଡ଼ଃ କଳ୍ପନା କୁମାରୀ ମହାପାତ୍ର,ପ୍ରାଧ୍ୟାପିକା ସସ୍ମିତା ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଚରିତ୍ର ଗଠନ ସହିତ ସଠିକ୍ ମାର୍ଗରେ ଅଧ୍ୟୟନ କଲେ ସଫଳତା ଲାଭ କରିବା ସୁନିଶ୍ଚିତ ହେବ ବୋଲି ଉପଦେଶ ଦେଇଥିଲେ। ପରିଶେଷରେ +୩ ଦ୍ୱିତୀୟ ବର୍ଷର ସମ୍ମାନ ଛାତ୍ର ବାସୁଦେବ ବେହେରା କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୪/୨୦୨୫+---୯,୫୫ Sakhigopal News,5/4/2025