
ବରଗଡ଼:- ଜଗନ୍ନାଥଙ୍କ ପରମ ଭକ୍ତ ତଥା ବିଶ୍ବ ପ୍ରସିଦ୍ଧ କବି ଗୀତଗୋବିନ୍ଦ ରଚୟିତା ଜୟଦେବଙ୍କ ଜୟନ୍ତୀ ଉତ୍ସବ ଏବଂ ଆଲୋଚନା ଚକ୍ର ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି।ମହୋତ୍ସବରେ ସାଧୁସନ୍ଥ ତଥା ସ୍ଥାନୀୟ କୀର୍ତ୍ତନ ମଣ୍ଡଳୀ ଯୋଗଦେଇ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ କବି ଜୟଦେବଙ୍କ ୭୨ ଗୀତ ଗୋବିନ୍ଦର ଶୋକ୍କ ଗାନ କରିବା ସହ ସହର ପରିକ୍ରମା କରିଥିଲେ । ସଂସ୍କୃତି ଭବନ ଠାରେ ଆୟୋଜିତ ଆଲୋଚନା ଚକ୍ରରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲାଙ୍କ ସମେତ ସାମ୍ବାଦିକ ବାଲାଜୀ ବିଭୂରଞ୍ଜନ ତରା ସିଆ,ସରୋଜ ଷଡ଼ଙ୍ଗୀ,ମିଶନ ଶକ୍ତି ପ୍ରୋଗ୍ରାମ ଅଫିସର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦ୍ବାଦଶ ଶତାବ୍ଦୀର କବି ଜୟଦେବ ଓଡ଼ିଶାର ଗର୍ବ ଓ ଗୌରବ ବୋଲି ମତ ପ୍ରକାଶ କରିଥିଲେ। ଵକ୍ତା ଭାବେ ଡ଼ ରବି ନାରାୟଣ ସାହୁ ଯୋଗ ଦେଇ ଭକ୍ତକବି ନିଜର ମହାକାବ୍ୟ ‘ଗୀତ ଗୋବିନ୍ଦ’ ପାଇଁ ବେଶ୍ ଜଣାଶୁଣା ବୋଲି ନିଜ ବକ୍ତବ୍ୟ ରଖିଥିଲେ।ଜୟଦେବ ପୁରୀକୁ ମହାପ୍ରଭୁ ଜଗନ୍ନାଥଙ୍କୁ ଦେଖିବାକୁ ଯାଉଥିଲେ।ସେହି ଯାତ୍ରା ସମୟରେ ହିଁ ସେ ଗୀତଗୋବିନ୍ଦ ରଚନା ପାଇଁ ପ୍ରେରଣା ପାଇଥିଲେ।ଗୀତଗୋବିନ୍ଦର ପଦାବଳୀ ଶ୍ରୀଜଗନ୍ନାଥ ଙ୍କର ଅତ୍ୟନ୍ତ ପ୍ରିୟ ବୋଲି ଗ୍ରହଣ କରାଯାଏ।କୁହାଯାଏ,ପୁରୁଷୋ ତ୍ତମ କ୍ଷେତ୍ରରେ ପହଞ୍ଚିବା ପରେ ସେ ଜଗନ୍ନାଥଙ୍କୁ ଦେଖିଥିଲେ।ଗୋଟିଏ ଗଛ ତଳେ ରହି ପ୍ରଭୁଙ୍କ ପାଇଁ ଗୀତ ଗାଇବା ଆରମ୍ଭ କଲେ।ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଅନ୍ୟ ସାଧୁ-ମହାତ୍ମାଙ୍କ ସତସଙ୍ଗ ସେଠାରେ ହେବାକୁ ଲାଗିଲା।ଜଣେ ଜଗନ୍ନାଥ ଭକ୍ତ ତାଙ୍କ ଝିଅ ପଦ୍ମାବତୀଙ୍କୁ ଜୟଦେବଙ୍କ ସହ ବିବାହ କରାଇଥିଲେ। ସାଂସାରିକ ହେବା ସତ୍ତ୍ବେ ସେ ଜଣେ ସାଧୁ ପରି ଜୀବନ ବିତାଇବାକୁ ଲାଗିଥିଲେ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ।

ବରଗଡରୁ ନବୀନ କୁମାର ଦାଶ ଙ୍କ ରିପୋର୍ଟ,୩୦/୪/୨୦୨୫----୮,୪୫ Sakhigopal News,30/4/2025