Breaking News

ରାୟଚକ୍ରଧରପୁର ଶାସନରେ ଅଶୋକାଷ୍ଟମୀ ଯାତ୍ରା , ବାଣ ଓ ଭୋଗ ବାସ୍ନା ସହିତ ଗାଁ ଉତ୍ସବମୁଖର


ସାକ୍ଷୀଗୋପାଳ ,----- ପୁରୀଜିଲା  ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ରାୟଚକ୍ରଧରପୁର ଶାସନରେ ଅଶୋକାଷ୍ଟମୀ ପର୍ବ ଅବସରରେ ଠାକୁରଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି  । ସକାଳୁ ଜାଗେଶ୍ୱରୀ ଠାକୁରାଣୀଙ୍କ ପୂଜାଅର୍ଚ୍ଚନା ସରିବା ପରେ ସନ୍ଧ୍ଯାରେ ନିକଟସ୍ଥ ବଁପାଳ ଗ୍ରାମରେ ପୂଜିତ ଗ୍ରାମର ଇଷ୍ଟଦେବ ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବଙ୍କୁ ସୁସଜ୍ଜିତ ରଥରେ ବିଜେ କରାଇ ଘଣ୍ଟ, ଘଣ୍ଟି ,  ଛତିତ୍ରାସ, ବୈରଖ, କାହାଳି ଓ ବାଜା ବାଜି ଏକ  ସଲଟନରେ ଗ୍ରାମକୁ ମହାଜନମାନେ ଠାକୁରଙ୍କୁ ରଥରେ ଆଣିଥିଲେ  । ଗ୍ରାମରେ ଶ୍ରୀ ଗୋପୀନାଥ ଦେବଙ୍କ ମନ୍ଦିର ନିକଟରେ ରଥ ପହଞ୍ଚିବା ପରେ ମହାସ୍ନାନ ଭୋଗଲାଗି ଆଳତି ଉପଚାର ଆଦି ଦେବନୀତି କରାଯାଇ ଥିଲା  । ରଥରେ ଗୋପୀନାଥ ଦେବ  , ମା ରାଧାରାଣୀ , ହରିଶଙ୍କର  ଓ ନୀଳକଣ୍ଠେଶ୍ଵର ବିଜେ କରିବା ପରେ ଫୁଲବେଶ କରାଯାଇ ବର୍ଣ୍ଣାଢ୍ୟ ପଟୁଆରରେ ବାହାରିଥିଲେ । ଏହି ଯାତ୍ରା ସାତଦିନ ଧରି ଗ୍ରାମରେ ଅନୁଷ୍ଠିତ ହୋଇଥାଏ  । ଠାକୁରଙ୍କ ରଥ ଗ୍ରାମମଝିରେ ଅଟକି ରହିଥାଏ  । ଗ୍ରାମ ମହାଜନ ମାନଙ୍କ ଘରୁ ଚୁଡାଘସା  , କଦଳୀ  , କ୍ଷୀର, ସର  , ଛେନା  , ନାନାଦି ଫଳମୂଳ ଓ ପଇଡ ପଣା  ଠାକୁରଙ୍କ ନିକଟରେ ଭୋଗଲାଗି ହେବାର ପରମ୍ପରା ରହିଛି। ଗ୍ରାମର ତିନି ଖଣ୍ଡିଏ ଆତସବାଜୀ ପ୍ରଦର୍ଶନ କରାଯାଇ ଥିଲା। ସକାଳେ ଠାକୁରଙ୍କ ରଥ ମାଉସୀ ଘର ଗ୍ରାମଦେବତୀ ମାଆ ଜାଗେଶ୍ୱରୀ ଠାକୁରାଣୀଙ୍କ ପୀଠକୁ ଯାଇ ସେଠାରେ ୪ଦିନ ରହିଥାନ୍ତି  । ୫ମ ଦିନ ବାହୁଡା ଯାତ୍ରା ହୋଇଥାଏ  । ଗ୍ରାମ ଶେଷ ମୁଣ୍ଡରେ ରହିବାପରେ  ଗ୍ରାମକୋଠ ପକ୍ଷରୁ ଭୋଗରାଗ କରାଯାଇ ଥାଏ  । ବଢେଇଭୋଗ କରାଯିବା ପରେ ଠାକୁରମାନେ ମନ୍ଦିରକୁ ବିଜେ କରିଥିଲେ। ଏହି ଅବସରରେ ଘରେ ଘରେ ବନ୍ଧୁବାନ୍ଧବ ସହ ଗ୍ରାମଟି ଉତ୍ସବମୁଖର ହୋଇଥିଲା  । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୭/୪/୨୦୨୫----୧୧,୪୫ Sakhigopal News,7/4/2025

Blog Archive

Popular Posts