Breaking News

ଭାରତ ବିକାଶ ପରିଷଦ ପକ୍ଷରୁ "ଗୁରୁ ବନ୍ଦନ ଓ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ



ସାକ୍ଷୀଗୋପାଳ----
ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ପକ୍ଷରୁ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟରେ ଗୁରୁ ବନ୍ଦନ ଓ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ବନ୍ଦେ ମାତରମ ଏବଂ ପରେ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା l  ସତ୍ୟବାଦୀ ଶାଖା ର ସଭାପତି ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଅତିଥି ପରିଚୟ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ପରିଷଦ ର ରାଜ୍ୟ ସଭାପତି ଶ୍ରୀ ସତ୍ୟବାଦୀ ଦାସ ଉକ୍ତ ଗୁରୁବନ୍ଦନ ଓ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ କାର୍ଯ୍ୟକ୍ରମ ର ମହତ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।  ମିଡ଼ିଆ ପ୍ରଭାରୀ ନିହାର ରଞ୍ଜନ ସ୍ୱାଇଁ ଛାତ୍ରଛାତ୍ରୀ ମାନଙ୍କୁ ସର୍ବଦା ଶୃଙ୍ଖଳିତ ହୋଇ ଜୀବନ ଜାପନ କରିବା ସହ ଗୁରୁଜନ ଓ ପିତାମାତାଙ୍କୁ ସର୍ବଦା ଯଥୋଚିତ ସମ୍ମାନ ପ୍ରଦର୍ଶନ କରିବା ପାଇଁ କହିଥିଲେ l

ଅନ୍ୟ ମାନଙ୍କ ମଧ୍ୟରେ  ଶ୍ରୀ ବଳଭଦ୍ର ମହାପାତ୍ର  ଏବଂ ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ବିଦ୍ୟାଧର ପ୍ରଧାନ ଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପ ଗୁଚ୍ଛ ସହ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଅବସରରେ ଛାତ୍ର ଛାତ୍ରୀମାନେ ଗୁରୁମାନଙ୍କୁ ଏବଂ ଅତିଥିମାନଙ୍କୁ ଫୁଲ ଚନ୍ଦନ ଦେଇ ଗୁରୁ ବନ୍ଦନ କରିଥିଲେ । ନବମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ  ପାଠ୍ୟ ପୁସ୍ତକ ଉପକରଣ ସହ ଗୀତା ପୁସ୍ତକ ପ୍ରଦାନ କରାଯାଇଥିଲା l

ଉପସ୍ଥିତ ସମସ୍ତ ଅତିଥିମନେ ପରିବେଶ ସୁରକ୍ଷା, ନିଶା ନିବାରଣ ଓ ଶୃଙ୍ଖଳିତ ଜୀବନ ଜାପାନ ଉପରେ ଛାତ୍ର ଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ l ପରିଷଦ ର ସଚିବ ଶ୍ରୀ ବିଜୟ କୁମାର ପରିଡା ମଞ୍ଚ ସଂଚାଳନା କରିଥିବାବେଳେ ଅନୁଷ୍ଠାନର ଅନ୍ୟ ସଦସ୍ୟମାନେ  ନବଘନ ଶତପଥୀ, ଦେବରାଜ ନାୟକ, ଦିବାକର ମହାପାତ୍ର, ରିତା ତ୍ରିପାଠୀ, ଅନ୍ନଦା ସୁଆର, ଲିଙ୍ଗରାଜ ସାହୁ, ବ୍ରହ୍ମନନ୍ଦ ମହାରଣା, ବାଉରୀବନ୍ଧୁ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ l ଶିକ୍ଷକ ବିଭୁ ପ୍ରସାଦ ମହାପାତ୍ର ଓ ଦେବରାଜ ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।ପରିଷଦ ର ସଂସ୍କାର ସଚିବ ସୁନୀଲ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l  ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୪/୨୦୨୫-----୮,୪୫ Sakhigopal News,20/4/2025

Blog Archive

Popular Posts