ପଟ୍ଟନାୟିକିଆ ସ୍ଥିତ ସାଇମନ୍ଦିରରେ ରାମନମବୀ ଉତ୍ସବ ସହିତ ସାଇବାବାଙ୍କ ଜନ୍ମ ଦିବସ ପାଳିତ
ସାକ୍ଷୀଗୋପାଳ--- ଭୁବନେଶ୍ୱର- ପୁରୀ ୩୧୬ନଂ ଜାତୀୟ ରାଜପଥର ପଟ୍ଟନାୟିକିଆ ଛକ ସ୍ଥିତ ସାଇ ମନ୍ଦିରରେ ରାମନବମୀ ଉତ୍ସବ ପାଳିତ ହେବା ସହିତ ସାଇ ବାବାଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି । ପ୍ରତିଦିନ ପରି ଠାକୁରଙ୍କୁ ସକାଳୁ ଠାକୁରଙ୍କ ନୀତିକାନ୍ତ କରାଯାଇଥିଲା । ଠାକୁରଙ୍କୁ ମହାସ୍ନାନ କରାଯିବା ପରେ ନୂତନ ବସ୍ତ୍ର ପରିଧାନ କରିବା ପରେ ବିଭିନ୍ନ ଫୁଳମାଳରେ ଠାକୁରଙ୍କୁ ସୁସଜିତ କରାଯାଇଥିଲା । ଏହି ଅବସରରେ ସାଇ ବାବାଙ୍କ ଜନ୍ମବିଧି ଅନୁଯାୟୀ ମନ୍ଦିରରେ ଏକ ହୋମ ଯଜ୍ଞର ଆୟୋଜନ କରାଯାଇଥିଲା । ପରେ ଆଳତୀ କରାଯିବା ସହ ନାମ ସଂକୀର୍ତ୍ତନ କରାଯାଇଥିଲା । ସେହିପରି ସଂଧ୍ୟାରେ ଠାକୁରଙ୍କ ଆଳତୀ, ଉପଚାର କରାଯାଇଥିଲା । ସଂଧ୍ୟାରେ ଠାକୁରଙ୍କ ଆଳତି ଦେଖିବା ପାଇଁ ଶତାଧିକ ଶ୍ରଦ୍ଧାଳୁ ମାନଙ୍କର ଗହଳି ଲାଗିଥିଲା । ମନ୍ଦିରର ପୂଜାରୀ ନିରଞ୍ଜନ ମିଶ୍ର ଠାକୁରଙ୍କ ସମସ୍ତ ନୀତିକାନ୍ତି କରିଥିବା ବେଳେ ମନ୍ଦିର ପରିଚାଳନାର ସଭାପତି ପି, ଟୁନା ପାତ୍ର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୪/୨୦୨୫----୧୧,୩୫ Sakhigopal News, 7/4/2025