Breaking News

୨୮ତମ ଶ୍ରୀରାମ ତାରକ ଓ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି




ସାକ୍ଷୀଗୋପାଳ ----  ୩୧୬ନଂ ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର ସତ୍ୟବାଦୀ  ବ୍ଲକଛକ ସ୍ଥିତ  ବାଟ ମହାବୀର ମନ୍ଦିରରେ ୩ଦିନ ବ୍ୟାପି ଚାଲିଥିବା ଶ୍ରୀରାମ ତାରକ ବିଶ୍ୱଶାନ୍ତି ମହାଯଜ୍ଞ ଅପରାହ୍ନରେ ପୂର୍ଣ୍ଣାହୁତି ହୋଇଯାଇଛି ।  ଅଙ୍କୁରାରୋପଣ,  ଜଳଯାତ୍ରା, କର୍ମାରମ୍ଭ, ବ୍ରାହ୍ମଣବରଣ, ଆହୁତି ,ସୂର୍ଯ୍ୟପୂଜା, ଶାଳପୂଜା, ଗୋପୂଜା କରାଯାଇଥିଲା ।  ମହାବିଷ୍ଠୁବ ସଂକ୍ରାନ୍ତି ତଥା ମହାବିରିଙ୍କ ଜୟନ୍ତୀ ଅବସରରେ ଯଜ୍ଞରେ ପୂର୍ଣ୍ଣାହୂତି ହୋଇଥିଲା । ମହା ବିଷ୍‌ୁବ ସଂକ୍ରାନ୍ତି ଦିନ ରାତି ୩ଟାରେ ମନ୍ଦିର ଦୂଆର ଫିଟା,  ମଙ୍ଗଳ ଆଳତୀ ,ଅବକାଶ,ମହାସ୍ନାନ, ଅଭିଷେକ,  ବେଶ,ଚନ୍ଦନ,ସିନ୍ଦୁରଲାଗି, ସୂର୍ଯ୍ୟପୂଜା, ଅଖଣ୍ଡଦୀପ ପ୍ରଜ୍ୱଳନ, ବାଳଭୋଗ, ଦ୍ୱିପହର ଧୂପରେ ଶଙ୍କୁଡି ଭୋଗ, ସଂଧ୍ୟାରେ ବାଳଭୋଗ, ଆଳତୀ କରାଯାଇଥିଲା । ପୁରୀରୁ ପ୍ରତିଦିନ ମହାପ୍ରସାଦ ପ୍ରଭୁ ମହାବୀରଙ୍କ ପାଖରେ ସମର୍ପଣ କରାଯିବା ପରେ ବିଳମ୍ବିତ ରାତିରେ ପହୁଡ ପଡିଥିଲା ବୋଲି ମନ୍ଦିରର ମୁଖ୍ୟ ପୂଜକ ଲକ୍ଷ୍ମୀଧର କର କହିଥିଲେ । ଅନୁଷ୍ଠିତ ଯଜ୍ଞରେ  ଶ୍ରୀରାମଙ୍କ ଷୋଡଶପୂଜା, ହନୁମାନଙ୍କ ଷୋଡଶପୂଜା, ଋୁଦ୍ରାଭିଷେକ,ଚଣ୍ଡିପାଠ, ହନୁମାନ ଚାଳିଶା , ସୁନ୍ଦର କାଣ୍ଡ, ବଜରଙ୍ଗ ବାଣ ପାଠ କରାଯାଇ ଆହୁତି ପ୍ରଦାନ କରାଯାଇଥିଲା । ବାଟ ମହାବୀର ଯଜ୍ଞ କମିଟିର ସଦସ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମନ୍ଦିରର ପୂଜକ ଲକ୍ଷ୍ମୀଧର କର ପୂଜାପାଠ କରିଥିଲେ ।  ସନ୍ଧ୍ୟାରେ ଶ୍ରୀରାମ ନାଟକ ସହିତ ଭକ୍ତଙ୍କ ପାଇଁ ସମବେତ ପ୍ରସାଦ ସେବନ କରିଥିଲେ । ସେହିପରି  ନୂଆସୋମୋଶ୍ୱରପୁର ସ୍ଥିତ ମା ଡୁବୁରେଇ ଠାକୁରାଣୀଙ୍କ ପୀଠରେ ଶ୍ରୀ ରାମଚରିତ ମାନସ ପାରାୟଣ ଓ ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ  ସାକ୍ଷୀଗୋପାଳର ଅଲଗଡ ମହାବୀର, ମଶାଣିଆ ମହାବୀର, ଜାଗା ମହାବୀର, ସଙ୍କଟ ମୋଚନ ଗଛ ମହାବୀର, ବକୁଳବନ ସ୍ଥିତ ମହାବୀର ଓ ବରାଳ ବାଲୁଙ୍କେଶ୍ୱର ମହାବୀର ଙ୍କ ସହିତ ବିଭିନ୍ନ ଗ୍ରାମ ମାନଙ୍କରେ ଥିବା ମହାବୀରଙ୍କ ନିକଟରେ ହନୁମାନ ଜୟନ୍ତୀ ଅବସରରେ ପୂଜାର୍ଚ୍ଚନା ପାଇଁ ଗହଳି ଚହଳି ଲାଗିବା ସହ ପଣା ଓ ଚୁଡାଘଷା ଭୋଗ କରାଯାଇଥିଲା । ମହାବୀର ମନ୍ଦିର ସହିତ ବିଭିନ୍ନ ମହାଦେବଙ୍କ ମନ୍ଦିରରେ ଭକ୍ତ ମାନଙ୍କର ଭିଡ ପରିଲକ୍ଷିତ ହୋଇଥିଲା । ଘରେ ଘରେ ତୁଳସି ଚଉରା ରେ ବସୁନ୍ଧରା ବାନ୍ଧି ପଣା ଲାଗି କରାଯାଇଥିବାର ଦେଖାଯାଇଥିଲା  । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୧୪/୪/୨୦୨୫---୭,୪୫    Sakhigopal News --14/4/2025

Blog Archive

Popular Posts