ସାକ୍ଷୀଗୋପାଳ ନଡିଆ ଫାର୍ମ ଓ ରିସର୍ଚ୍ଚ ସେଣ୍ଟର ଏବେ ବେସରକାରୀ ସଂସ୍ଥାକୁ ଲିଜ ଦେବା ପାଇଁ ମସୁଧା ; ବ୍ଳକ ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀଙ୍କୁ ଚିଠିି ଲେଖିଲେ
ସାକ୍ଷୀଗୋପାଳ--- ୩୧୬ନଂ ଜାତୀୟ ରାଜପଥର ପୁରୀ - ଭୁବନେଶ୍ୱର ରାସ୍ତାର ପଟ୍ଟନାୟିକିଆ ଛକ ନିକଟରେ ୭୦ ଏକର ଜମି ଉପରେ ରହିଛି ନଡିଆ ଫାର୍ମ ଓ ନଡିଆ ରିସର୍ଚ୍ଚ ସେଣ୍ଟର । ଏବେ ଏହି ଜମିକୁ ସରକାର ଏକ ବେସରକାରୀ ସଂସ୍ଥାକୁ ଲିଜ ଦେଇ ଦେବାକୁ ମସୁଧା ଚାଲିଛି । ଏହି ଖବର ଜଣାପଡିବା ପରେ ସାକ୍ଷୀଗୋପାଳ, ପିପିଲି, ଡେଲାଙ୍ଗ, ପୁରୀ ସଦର, କଣାସ ବ୍ରହ୍ମଗିରି ଆଦି ବ୍ଳକର ହଜାର ହଜାର ଚାଷୀ ଏହାକୁ ନା ପସନ୍ଦ କରିବା ସହ ଘୋର ବିରୋଧ କରିଛନ୍ତି । ଯାହାକି ସାକ୍ଷୀଗୋପାଳ ହେଉଛି ଏକ ମାତ୍ର ନଡିଆ ଚାଷ ପାଇଁ ବେଶ ଜଣାଶୁଣା । ଲୋକମାନେ ନଡିଆ ବିକ୍ରୟ କରି ନିଜର ଘର ଚଳାଇଥାନ୍ତି । ଏପରିକି ନଡିଆ ଫାର୍ମରୁ ଉନ୍ନତ ଧରଣର ନଡିଆ ଚାରା କିଣିକି ନେଇ ନିଜ ବାରି ବଗିଚାରେ ନଡିଆ ଚାଷ କରିଥାନ୍ତି । ଏବେ ସେହି ନଡିଆ ଫାର୍ମକୁ ସରକାର ବେସରକାରୀ ସଂସ୍ଥାକୁ ଲିଜ ସୁତ୍ରରେ ଦେବାକୁ ବସିଛନ୍ତି । ସୁଚନାଯୋଗ୍ୟ ଯେ ଏହି ଫାର୍ମକୁ ଏଠାରୁ ଉଠାଇ ନେବାକୁppp ପୂର୍ବତନ ସରକାର ପୁରୀ ସ୍ଥିତ ବାଲିଗୁଆଳିକୁ ଉଠାଇ ନେବାକୁ ଚେଷ୍ଟା କରିଥିଲେ । ମାତ୍ର ଚାଷୀ ଓ ଜନସାଧାରଣଙ୍କ ପକ୍ଷରୁ ବିରୋଧର ସ୍ୱର ଉଠିବାରୁ ସରକାର ସେଥିରୁ ନିବୃତ୍ତ ରହିଥିଲେ । ଏ ସମ୍ପର୍କରେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ପିନିସିପାଲ ସେକ୍ରେଟେରୀ କୃଷି, ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ ଓ ଡାଇରକ୍ଟର ହଟିକଲଚର ଭୁବନେଶ୍ୱରଙ୍କୁ ପତ୍ର ମାଧ୍ୟମରେ ଲକ୍ତ ଫାର୍ମକୁ ଲିଜ ସୁତ୍ରରେ ନ ଦେବାକୁ ଅନୁରୋଧ କରିଛନ୍ତି । ଯଦି ସରକାର ଲିଜରୁ ନିବୃତ୍ତ ନ ରହନ୍ତି ତା ହେଲେ ହଜାର ହଜାର ଚାଷୀ ମାନେ ଜାତୀୟ ରାଜପଥକୁ ଓହ୍ଳାଇବେ ବୋଲି ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଚେତାବନୀ ଦେଇଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୪/୨୦୨୫---୭,୨୫ Sakhigopal News, 3/4/2025