ଭାରତ ବିକାଶ ପରିଷଦର ସତ୍ୟବାଦୀ ଶାଖାର ନବମ ପ୍ରତିଷ୍ଠା ଦିବସ ଓ କବିତା ଆସର ପାଳିତ
ସାକ୍ଷୀଗୋପାଳ,-----ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ର ନବମ ପ୍ରତିଷ୍ଠା ଦିବସ ସାକ୍ଷୀଗୋପାଳ ବ୍ଲକ ଛକ ସ୍ଥିତ ଏକ ସଭା ଗୃହରେ ପାଳିତ ହୋଇ ଯାଇଛି। ଏହା ସହିତ ନୂତନ ପଦାଧିକାରୀଙ୍କ ଶପଥ ପାଠ ଓ ବିଷୁବ କବିତା ଆସର ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଗଣେଶଙ୍କ ମୂର୍ତ୍ତିରେ ଓ ଭାରତ ମାତାଙ୍କ ସହିତ ବିବେକାନନ୍ଦଙ୍କ ଫଟୋ ଚିତ୍ରରେ ଅତିଥି ମାନେ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ବଳନ, ବେଦ ପାଠ ଓ ବନ୍ଦେ ମତରମ୍ ଗାନ କରା ଯାଇଥିଲା। ଶାଖାର ସଭାପତି ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ପରିଷଦର ଅଭି ମୁଖ୍ୟ ଓ ଦିବସର ତାତ୍ପର୍ଯ୍ୟ ଉପରେ ମତ ରଖିଥିଲେ। ପରେ ପରେ ୧୫ ଜଣ କବି ଓ କବୟିତ୍ରୀ ଭକ୍ତି ଓ ପ୍ରକୃତି ଉପରେ ରଚିତ କବିତା ପାଠ କରିଥିଲେ। ମୁଖ୍ୟ ଅତିଥି, ଭାରତ ବିକାଶ ପରିଷଦ ଓଡିଶା ର ସଭାପତି ଶ୍ରୀ ସତ୍ୟବାଦୀ ଦାଶ ନୂତନ ପଦାଧିକାରୀ ମାନଙ୍କୁ ଶପଥ ପାଠ କରାଇଥିଲେ ଓ ଭାରତୀୟ ସଂସ୍କୃତି ର ରକ୍ଷା ପାଇଁ ଆହ୍ବାନ ଦେଇଥିଲେ। ଅନ୍ୟତମ ଅତିଥି ଉପ ସଭାପତି ନବଘନ ଶତପଥୀ କବି ଓ କବୟିତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ଏଥିରେ କବି ରବୀନ୍ଦ୍ରନାଥ ଷଡ଼ଙ୍ଗୀ, ସୁନନ୍ଦା ମହାନ୍ତି, ବିଶାଖା ଦେବୀ,ସମ୍ପୂର୍ଣ ମିଶ୍ର,ବିଜୟ ପରିଡା,ସଂଯୁକ୍ତା ନନ୍ଦ, ପ୍ରଭାକର ଜେନା,ବସନ୍ତ ମିଶ୍ର,ବନ୍ଦନା ମହାପାତ୍ର, ବନ୍ଦନା ଦାସ, ଦିଗମ୍ବର ରଥ,ପ୍ରଜ୍ଞା ସାହୁ,କୃପା ପ୍ରଧାନ ଯୋଗ ଦେଇଥିଲେ । ସଂଯୋଜନା କରିଥିଲେ ମାନସ ରଞ୍ଜନ ପଟ୍ଟନାୟକଙ୍କ। ପରିଷଦର ସଭ୍ୟ ବିଭୁ ମହାପାତ୍ର, ସୁନିଲ କୁମାର ବେହେରା,ଦେବରାଜ ନାୟକ, ରିତା ତ୍ରିପାଠୀ, ବ୍ରହ୍ମା ମହାରଣା,ଦିଗନ୍ତ ପତି,ରାମକୃଷ୍ଣ କର, ପ୍ରଦ୍ୟୁମ୍ନ କର,ଭୀମ ମହାପାତ୍ର, ଅମିୟ ସ୍ୱାଇଁ,ଲିଙ୍ଗରାଜ ସାହୁ,ପାଙ୍କଜିନି ମିଶ୍ର, ପ୍ରସନ୍ନ ସ୍ୱାଇଁ,ସତ୍ୟ ନାରାୟଣ ପାଇକରାୟ ଆଦି ଉପସ୍ଥିତ ଥିଲେ ଓ ଶପଥ ଗ୍ରହଣ କରିଥିଲେ।ସଭାକୁ ପରିଚାଳନା କରିଥିଲେ ସଂପାଦକ ବିଜୟ କୁମାର ପରିଡ଼ା ଓ ଧନ୍ୟବାଦ୍ ଦେଇଥିଲେ ଅର୍ଥ ସଚିବ ପ୍ରଫୁଲ୍ଲ କୁମାର ପଣ୍ଡା । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୫/୪/୨୦୨୫----୮,୩୫ Sakhigopal News,15/4/2025
।