>>
  • ଗାଁ କୁ ଫେରିଛି ସୁରଥ ର "ସୂତାକଳ" - ବିଞ୍ଚଣା ଗାଁର ଦୁଇଭାଇଙ୍କ ନିଆରା ପ୍ରୟାସ , ସରକାରଙ୍କ ସହଯୋଗକୁ ଅପେକ୍ଷା
  • >>
  • ବିଧାନସଭା ଷ୍ଟାଣ୍ଡିଂ କମିଟିର ଭଞ୍ଜନଗର ଗସ୍ତ, ଭିତ୍ତିଭୂମି ପରଖିଲେ
  • >>
  • ଘୁମୁସର ଗବେଷଣା ପ୍ରତିଷ୍ଠାନର ପଞ୍ଚମ ବାର୍ଷିକ ସମ୍ମିଳନୀ
  • >>
  • ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ଯୁବ ଓ ଛାତ୍ର କଂଗେସ ନେତା ଙ୍କୁ ଗିରଫ
  • >>
  • ସାକ୍ଷୀଗୋପାଳ ଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ ; କେନ୍ଦ୍ର କୃଷିମନ୍ତ୍ରୀ ‌ ଓ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ
  • ସାକ୍ଷୀଗୋପିନାଥଙ୍କ ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ

    ସାକ୍ଷୀଗୋପାଳ ----  ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟ ପର୍ବ । ଆଜି ଠାରୁ  ସାକ୍ଷୀଗୋପିନାଥ ଦେବଙ୍କର ବାହାର ଚନ୍ଦନ ଯାତ୍ରା ଆରମ୍ଭ ହୋଇଯାଇଛି । ଚନ୍ଦନ ପୋଖରୀରେ ଚାପ ଖେଳିଛନ୍ତି ବା  ଚନ୍ଦନଯାତ୍ରା ଆରମ୍ଭ ହୋଇଛି ।  ମନ୍ଦିରରେ ଭଅଣ୍ଡ ଧୂପ ସରିବା ପରେ ଚନ୍ଦନବେଡା ହୋଇଥିଲା । ତାପରେ ଠାକୁରଙ୍କୁ  ନୂତନ ବସ୍ତ୍ର ଲାଗି କରାଯିବା ପରେ ଚନ୍ଦନ ଦ୍ୱାରା ସର୍ବଙ୍ଗୟ ବେଶ କରାଯାଇଥିଲା । ଅପରାହ୍ନରେ ଚଳନ୍ତି ପ୍ରତିମା ମଦନମୋହନଙ୍କୁ ସୁସଜିତ ହୋଇ ରହିଥିବା ବିମାନକୁ ସେବାୟତ ମାନେ ବିଜେ କରାଇଥିଲେ । ତେଲିଙ୍ଗି ବାଦ୍ୟ, ଛତି, ତ୍ରାସ, ଘଣ୍ଟ, କାହଳୀ, ନାମସଂକୀର୍ତ୍ତନ କରାଯାଇ ଚନ୍ଦନ ଚକଡାକୁ ବିଜେ କରିଥିଲେ । ଚନ୍ଦନ ପୋଖରୀ ଠାରେ  ଅପେକ୍ଷା ରତ ସୁସଜିତ ଡଙ୍ଗାରେ ଠାକୁର ବସିବା ପରେ ଚାପ ଖେଳ ଆରମ୍ଭ କରାଯାଇଥିଲା । ଦିନବେଳା ଗୋଟିଏ ଘେରା ଚାପ ଓ ରାତିରେ ୩ ଘେରା ଚାପ ଅନୁଷ୍ଠିତ ହୋଇଥିଲା ।  ଚନ୍ଦନଚକଡାରେ  ଠାକୁର ଚନ୍ଦନକୁଣ୍ଡ ପାଣିରେ ବୁଡିକି ରହିଥିଲେ ।ରାତ୍ରରେ  ଚନ୍ଦନଚକାଡାରୁ ବାହାରିବା ପରେ ତାଙ୍କ ଆଗରେ ଗୋଟିପୁଅ ନୃତ୍ୟୁ କରାଯାଇଥିଲା । ଠାକୁରଙ୍କୁ ଯାତ କାକେରା  ଭୋଗ କରାଯିବା ପରେ ଠାକୁର ମନ୍ଦିରକୁ ଫେରିଥିଲେ  । ୨୧ ଦିନ ପର୍ଯ୍ୟନ୍ତ ଠାକୁରଙ୍କ ଏହି ଯାତ୍ରା ଏଠାରେ ଅନୁଷ୍ଠିତ ହେବ ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୦/୪/୨୦୨୫----୮,୫୫ Sakhigopal News,30/4/2025

    Blog Archive

    Popular Posts