ସାକ୍ଷୀଗୋପାଳ ମହାବିଦ୍ୟାଳୟରେ ପ୍ରତିଭାସମ୍ମାନ ଉତ୍ସବ
ସାକ୍ଷୀଗୋପାଳ: :- ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳର ସଭାଗୃହରେ ଆଜି ସଂସ୍କୃତ ବିଭାଗ ଆନୁକୂଲ୍ୟରେ ୨୦ ଜଣ ପୁରାତନ ଛାତ୍ରଛାତ୍ରଙ୍କୁ ନେଇ ଏକ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ବିଭାଗୀୟ ଅଧ୍ୟାପିକା ପ୍ରଫେସର ସସ୍ମିତା ପ୍ରଧାନ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବା ସହିତ ବେଦମନ୍ତ୍ର ପାଠ କରିଥିଲାବେଳେ ଅତିଥିମାନଙ୍କଦ୍ୱାରା ପ୍ରଭୁ ଜଗନ୍ନାଥ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ତଥା ପ୍ରଦୀପ ପ୍ରଜ୍ବଳନ କରାଯାଇ କାର୍ଯ୍ୟକ୍ରମଟିର ଶୁଭାରମ୍ଭ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସତ୍ୟଶିବସୁନ୍ଦର ମିଶ୍ର ଏହି ବୈଠକରେ ସଭାପତିତ୍ୱ କରି ନିଜ ଅଭିଭାଷଣରେ କହିଥିଲେ , "ପୁରାତନ ଛାତ୍ରଛାତ୍ରୀମାନେ ଏହି ମହାବିଦ୍ୟାଳୟର ସମ୍ପଦ ଅଟନ୍ତି ଓ ଏମାନଙ୍କୁ ନେଇ ଏହି ମହାବିଦ୍ୟାଳୟ ଗର୍ବ କରେ।" ଏହି ଅବସରରେ ଅନୁଷ୍ଠାନର ଅଧିକାରି ପ୍ରଫେସର ଧନୁର୍ଦ୍ଧର ମୁଦୁଲି ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ସଫଳତା ତାଙ୍କ କଠିନ ପରିଶ୍ରମରୁ ସମ୍ଭବ ହୋଇପାରିଛି ବୋଲି କହିଥିଲେ। IQAC ଓକୁଏସି ସଂଯୋଜକ ପ୍ରଫେସର ମନୋଜ କୁମାର ପରିଡ଼ା ସଂସ୍କୃତ ବିଭାଗର ଉନ୍ନତିରେ ପୁରାତନ ଛାତ୍ରଛାତ୍ରୀମାନଙ୍କର ଭୂମିକାକୁ ଗୁରୁତ୍ୱାରୋପ କରିଥିଲେ।
ବିଭାଗୀୟ ପ୍ରାଧ୍ୟାପିକା ଡ଼ଃ କଳ୍ପନା କୁମାରୀ ମହାପାତ୍ର ସମାବେଶର ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ମଞ୍ଚରେ ଉପସ୍ଥାପନା କରିଥିଲେ। ବିଭାଗୀୟ ମୁଖ୍ୟା ପ୍ରଫେସର ସୁଜାତା ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ସମଗ୍ର କାର୍ଯ୍ୟକ୍ରମଟିକୁ ସଠିକ ଭାବରେ ପରିଚାଳନା କରିଥିଲେ। ପୁରାତନ ଛାତ୍ରଛାତ୍ରୀମାନେ ନିଜ ନିଜ ମହାବିଦ୍ୟାଳୟ ଛାତ୍ର-ଜୀବନୀର ଅନୁଭୂତିକୁ ଏହି ସଭାରେ ବାଣ୍ଟିଥିଲେ। ଛାତ୍ରଛାତ୍ରୀମାନଙ୍କର ଏକତା ହୃଦୟସ୍ପର୍ଶୀ ହେବାସହ ପରସ୍ପର ମଧ୍ୟରେ ଆତ୍ମୀୟତା ଭାବ ସୃଷ୍ଟି କରିପାରିଥିଲା। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ତଥା ତୃତୀୟବର୍ଷର ସମ୍ମାନ ଛାତ୍ରଛାତ୍ରୀମାନେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ। ପରିଶେଷରେ ମହାବିଦ୍ୟାଳୟର ପୁରାତନ ଛାତ୍ରୀ ଡ଼ଃ ଭାରତୀ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୦/୪/୨୦୨୫---୮,୪୫ Sakhigopal News,30/4/2025