Breaking News

ସତ୍ୟବାଦୀ ରେ ବେଟି ବଚାଓ , ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ

ସାକ୍ଷୀଗୋପାଳ --- ସତ୍ୟବାଦୀ ବ୍ଳକ୍ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ବିଶ୍ବନାଥ ପାଢୀ ଙ୍କ ତତ୍ତ୍ଵାବଧାନରେ ବେଟି ବଚାଓ , ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଅଧ୍ୟକ୍ଷ ତାଙ୍କ ଅଭିଭାଷଣ ମାଧ୍ୟମ ରେ "ବେଟି ବଚାଓ, ବେଟି ପଢାଓ" କ୍ଷେତ୍ରରେ ଓଡିଶା ପ୍ରମୁଖ ଭୂମିକା ପାଳନ , ଯାହାର ଅର୍ଥ କେବଳ ଶିକ୍ଷା ନୁହେଁ, ବରଂ ସମାଜରେ ମହିଳା ସମାନତା ଓ ସମ୍ମାନ ପ୍ରଦାନ  ଉପରେ ଆଲୋକପାତ କରିଥିଲେ ।ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷୟତ୍ରୀ ମନସ୍ମିତା ବେହେରା ଏହି ଅଭିଯାନର ଗୁରୁତ୍ୱ ଉପରେ ଆଲୋଚନା କରି ଏହାର ଲକ୍ଷ୍ୟ ସଫଳ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏଥିରେ ଷଷ୍ଠ ରୁ ଦ୍ଵାଦଶ ଶ୍ରେଣୀ ମଧ୍ୟରେ ସର୍ବ ମୋଟ ୨୪୧ ଜଣ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।
ଏହି ଅବସର ରେ ଛାତ୍ର ଛାତ୍ରୀ ଙ୍କ  ଦ୍ଵାରା ପଦଯାତ୍ରା, ପଥପ୍ରାନ୍ତ ନାଟକ, ଚିତ୍ରାଙ୍କନ ପ୍ରତିଯୋଗିତା ଆଦି ଅନୁଷ୍ଠିତ ହୋଇଥିଲା।
ଉକ୍ତ କାର୍ଯ୍ୟକ୍ରମ ରେ ଶିକ୍ଷକ ଧୃତି ପ୍ରକାଶ ଦାସ , ଜ୍ୟୋତି ରଞ୍ଜନ ସାହୁ, ସୁଧୀର କୁମାର ସାହୁ, ବିଜୟ କୁମାର ସ୍ବାଇଁ ତଥା ଶିକ୍ଷୟତ୍ରୀ ମଧୁସ୍ମିତା ବେହେରା , କବିତା ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୪/୨୦୨୫---୯,୪୫ Sakhigopal News,5/4/2025


Blog Archive

Popular Posts