ସତ୍ୟଭାମା ସାରସ୍ଵତ ଅନୁଷ୍ଠାନ ପକ୍ଷରୁ ତୃତୀୟ ବାର୍ଷିକ ରାଜ୍ୟସ୍ଥରୀୟ କବିତା ପାଠୋତ୍ସବ ଓ ସତ୍ୟଭାମା ପୁସ୍ତକ ଉନ୍ମୋଚିତ
ଡେଲାଙ୍ଗ ----- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ବରାଳ ଗ୍ରାମ ସ୍ଥିତ ଗବେଷକ , ସାହିତ୍ୟିକ,ଓଡିଆ ଭାଷାର ପ୍ରଚାରକ ଗାୟକ ଜ୍ଞାନ ସାଗର ଗୁରୁ ସଚ୍ଚିଦାନନ୍ଦ ମହାପାତ୍ରଙ୍କ ଧର୍ମପତ୍ନୀ ସ୍ବର୍ଗୀୟା ସତ୍ଯଭାମା ମହାପାତ୍ରଙ୍କ ସ୍ମତିରେ ଗଠିତ ସତ୍ଯଭାମା ସାରସ୍ଵତ ଅନୁଷ୍ଠାନ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ସହିତ ସତ୍ଯଭାମା ପୁସ୍ତକ ଉନ୍ମୋଚିତ ହୋଇଯାଇଛି।
ଏହି ଅବସରରେ ଜୋତିର୍ବିତ୍ ତଥା ଭାଷ୍ୟକାର ଡଃ ଦେବୀ ପ୍ରାସାଦ ମହାପାତ୍ରଙ୍କ ସଂଯୋଜନାରେ ରେ ସତ୍ୟଭାମା ପତ୍ରିକା ଶୁଭ ଲୋକାର୍ପଣ ଉତ୍ସବ ସହ, କବିତା ପାଠ, ଆଲୋଚନା ଚକ୍ର,ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ହୋଇଥିଲା ।
ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ଥିଲା କି ଦୁନିଆରେ ମଣିଷ ଯଦି ଜନ୍ମ ନେଇ ପ୍ରଥମେ ଯାହା ହାତଧରି ବାଟ ଚାଲି ମଣିଷ ହୋଇଥିଏ ସେ ହେଉଛି ମା।ପ୍ରତିଟି ମା ତାର ମମତା ଦେଇ କଷ୍ଟ ଯନ୍ତ୍ରଣା ସହି ଛୁଆର ମନ କଥା ବୁଝି ତାକୁ ଛୋଟରୁ ବଡ଼ କରିଥାଏ ତାର ସେହି ଋଣ କେବେଭି ସୁଜି ହୁଏନି କିନ୍ତୁ ମାର ସେହି ମମତା କୁ ସ୍ମରଣ କରି ତା ପାଇଁ ଭଲ ପାଇବା ଅଜାଡି ଦେବା ହିଁ ଏହି ଅନୁଷ୍ଠାନର ମୂଳ ଲକ୍ଷ୍ୟ । ସେଥିପାଇଁ ପ୍ରତ୍ୟେକ ମାଙ୍କୁ ସ୍ମରଣ କରି ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଭଳି ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବେ ସତ୍ୟବାଦୀ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ସୁନୀଲ କୁମାର ପଣ୍ଡା ଯୋଗଦେଇଥିବା ବେଳେ ସାହିତ୍ୟିକ ଅଧ୍ୟାପକ କୈଳାସ ଚନ୍ଦ୍ର ଟିକାୟତରାୟ ସଭାପତିତ୍ୱ କରିଥିଲେ ।ସମ୍ମାନିତ ଅତିଥି ଭାବରେ ସାହିତ୍ୟିକ ବିପିନ ବିହାରୀ ଦଳେଇ, ଅବସରପ୍ରାପ୍ତ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ଅନ୍ୟାନ୍ୟ ଅତିଥି ମାନଙ୍କ ଭିତରେ ବସନ୍ତ କୁମାର ରାଉତ, ବ୍ରଜ କିଶୋର ମହାପାତ୍ର, ଚନ୍ଦ୍ର କାନ୍ତ ପଣ୍ଡା, ଡ଼. ଚିନ୍ମୟ ମହାନ୍ତି, ସୁଶ୍ରୀ ହରପ୍ରିୟା ସାହୁ, ପ୍ରମୋଦ କୁମାର ରଥ, ପ୍ରଶାନ୍ତ କୁମାର ମିଶ୍ର, ସୁଦର୍ଶନ ମହାପାତ୍ର, ସୁଜାତା ମୟୀ ମିତ୍ର, ସୁରଞ୍ଜନ ପାତ୍ର,ଉଷାମଣି ମିତ୍ର, ପ୍ରସନ୍ନ କୁମାର ମହାପାତ୍ର, ସୁମନ୍ତ ମହାପାତ୍ର, ବିଶ୍ଵନାଥ ପଟନାୟକ ଙ୍କ ଭଳି କବିମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଟିଭି ପରଦା ର ହାସ୍ୟ ଅଭିନେତା ଶଙ୍କର ନାୟକ ଯୋଗ ଦେଇ କବିମାନଙ୍କୁୁ ନିଜ ହାସ୍ୟ ଅଭିନୟ ମାଧ୍ୟମରେ ମନୋରଞ୍ଜନ କରିଥିଲେ ।ସମାରୋହରେ ଉପସ୍ଥିତ ଅତିଥି ମାନଙ୍କ ଦ୍ବାରା ସ୍ମୃତି ସ୍ମରଣିକା ‘ସତ୍ୟଭାମା’ ଉନ୍ମୋଚନ କରାଯାଇଥିଲା।ଏହି ଅବସରରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରତିଷ୍ଠିତପ୍ରାୟ ୧୫୦ ରୁ ଉର୍ଦ୍ଧ କବି କବୟିତ୍ରୀ ମାନେ ଯୋଗଦେଇ ମାଙ୍କ ଉପରେ ଆଧାରିତ ସ୍ବରଚିତ କବିତା ପାଠ କରିଥିଲେ । ଏହି ଅବସରରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମକୁ ଆଇନିଜୀବୀ ସର୍ବାଣୀ ଦାସ ଏବଂ ଦେବୀପ୍ରସାଦ ମହାପାତ୍ର ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିବା ସହ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲ ।ସତ୍ୟବାଦୀ ବ୍ଲକ କଳାସଂସ୍କୃତି ସଂଘ ଉପସଭାପତି ରମେଶ ଚନ୍ଦ୍ର ପଲେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୮/୪/୨୦୨୫---୮,୪୫ Sakhigopal News,28/4/2025