Breaking News

ଶୋକ ସନ୍ତପ ଓଡିଆ ବିଶ୍ୱବିଦ୍ୟାଳୟ ପରିବାର

   

ସାକ୍ଷୀଗୋପାଳ--- ଓଡିଆ ବିଶ୍ୱବିଦ୍ୟାଳୟର ଅତିଥି ଅଧ୍ୟାପକ ଡ. ପ୍ରସନ୍ନ କୁମାର ନାୟକଙ୍କ ଦେହାନ୍ତ ବୁଧବାର ରାତ୍ରୀରେ ଘଟିଛି । ଏହି ଖବର ପାଇବା ପରେ ୧୦ ତାରିଖ ଦିନ ସାକ୍ଷୀଗୋପାଳ ସ୍ଥିତ ଓଡିଆ ବିଶ୍ୱବିଦ୍ୟାଳୟ ପରିସରରେ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ସମସ୍ତ ବିଭାଗର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ଅନୁଷ୍ଠିତ ଶୋକ ସଭାରେ ସଭାପତିତ୍ୱ କରିଥିଲେ ଓଡିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ର, ସବିତା ପ୍ରଧାନ । ସ୍ୱର୍ଗତ ଡ. ନାୟକ ଭାଷାବିଜ୍ଞାନ ଓ ପାକୃତିକଭାଷା ସଂସାଧନ ବିଭାଗରେ ଅଧ୍ୟାପନା କରୁଥିଲେ । ଶ୍ରୀ ନାୟକ ଦୀର୍ଘଦିନ ହେବ ଅସୁସ୍ଥତା ଯୋଗୁଁ ଚିକିତ୍ସାଧୀନଥିଲେ । ଶୋକ ସଭାରେ ଯୋଗ ଦେଇଥିବା ବିଭିନ୍ନ ବିଭାଗର ଅଧ୍ୟାପକ ଓ ଛାତ୍ର ଛାତ୍ରୀ ମାନେ ସ୍ୱର୍ଗତ ଶ୍ରୀ ନାୟକଙ୍କ ସ୍ଳୃତିଚାରଣ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଥିଲେ । ତାଙ୍କର ପରଲୋକଗତ ଆ୍‌ତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ , ୧୧/୪/୨୦୨୫---୧,୨୦

Blog Archive

Popular Posts