Breaking News

ସତ୍ୟବାଦିରେ ମନୋଜ ରଥଙ୍କ ନେତୃତ୍ୱରେ ଓଡ଼ିଶାରେ ନାରୀ ନିର୍ଯ୍ୟାତନା ଓ ମହିଳା ଚାଲାଣ ବିରୁଦ୍ଧରେ କଂଗ୍ରେସର ମଶାଲ ଶୋଭାଯାତ୍ରା






ସାକ୍ଷୀଗୋପାଳ ----  ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାର ମହିଳା ଚାଲାଣ, ଗଣ ଦୁଷ୍କର୍ମ, ବଳାତ୍କାର , ତଷ୍କରି ଆଦି କାର୍ଯ୍ୟ ବିରୁଦ୍ଧରେ ସ୍ବର ଉତ୍ତୋଳନ ପାଇଁ ସତ୍ୟବାଦୀରେ କଂଗ୍ରେସ ପକ୍ଷରୁ ପ୍ରତିବାଦ ଭାବେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି | କଂଗ୍ରେସ ନେତା ମନୋଜ ରଥଙ୍କ ନେତୃତ୍ୱରେ ଶହ  ଶହ ମହିଳା, ଯୁବ, ଛାତ୍ର, ପଛୁଆ ବର୍ଗ ତଥା ଦଳିତ ବର୍ଗର ସମସ୍ତ ନେତା ଓ ଶହଶହ କର୍ମୀଙ୍କ  ସହିତ ଶ୍ରୀ ରଥ  ସାକ୍ଷୀଗୋପିନାଥ ମନ୍ଦିର ଠାରୁ ଏକ ମଶାଲ ଶୋଭାଯାତ୍ରାରେ ବଜାର ଅତିକ୍ରମ କରି  ବସ ଷ୍ଟାଣ୍ଡ ନିକଟସ୍ଥ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲା । ଏହି ପ୍ରସଙ୍ଗରେ ବିଧାନସଭା ଘେରାଉ ସଫଳତାର ସହ ହେବା ପରେ ମଧ୍ୟ ରାଜ୍ୟ ସରକାର  ଏଥିନେଇ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସାରା ରାଜ୍ୟରେ କଂଗ୍ରେସ ତରଫରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି ବୋଲି କଂଗ୍ରେସ ନେତା ଶ୍ରୀ ରଥ କହିଛନ୍ତି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୫/୪/୨୦୨୫----୮,୪୫ Sakhigopal News,15/4/2025



Blog Archive

Popular Posts