ଗୋପବନ୍ଧୁଙ୍କୁ ବିଶ୍ୱ ମଣି କହିବା ପାଇଁ ଝଙ୍କଡ ସାହିତ୍ୟ ସଂସଦ ପକ୍ଷରୁ ସ୍ବର ଉତ୍ତୋଳନ
ସାକ୍ଷୀଗୋପାଳ ,----- ଉତ୍କଳ ଦିବସ ଅବସରରେ ଜଗତସିଂହପୁର ତିର୍ତ୍ତୋଲର ଝଙ୍କଡ ସାହିତ୍ୟ ସଂସଦ ପକ୍ଷରୁ ପୁଣ୍ଯାତ୍ମା ଗୋପବନ୍ଧୁଙ୍କୁ ବିଶ୍ୱ ମଣି ବୋଲି ପ୍ରତି ଓଡ଼ିଆ କହିବାକୁ ସ୍ବର ଉତ୍ତୋଳନ କରିଛନ୍ତି। ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଜନ୍ମମାଟି ସୁଆଣ୍ଡୋରେ ଝଙ୍କଡ ସାହିତ୍ୟ ସଂସଦ ପକ୍ଷରୁ ଉତ୍କଳ ଦିବସ ପାଳନ କରାଯାଇଥିଲା । ଏଥିରେ କବି ସମ୍ମିଳନୀ , କବିତାପାଠ ଚକ୍ର ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପୂର୍ବ ସୂରୀ ମାନଙ୍କ ନିରବଚ୍ଛିନ୍ନ ଉଦ୍ଯମ ତଥା ସଂଗ୍ରାମ ସଂପର୍କରେ ଆଲୋଚନା ଓ ଭ୍ରାମ୍ୟମାଣ ସାହିତ୍ୟ ଆସର କରାଯାଇ ଥିଲା । ପ୍ରଥମେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ମାଲ୍ଯାର୍ପଣ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଝଙ୍କଡ ସାହିତ୍ୟ ସଂସଦ ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ୟ ଅନୁଷ୍ଠିତ ସଭାରେ ଅଧ୍ଯକ୍ଷତା କରିଥିଲେ। ଆୟୋଜିତ ସଭାରେ ଶିକ୍ଷାବିତ ସତ୍ଯବାଦୀ ଦାଶ , ପ୍ରାଧ୍ୟାପିକା ଡ ବୈଜୟନ୍ତୀମାଲା ଶତପଥୀ , ସମାଜସେବୀ ହେମନ୍ତ କୁମାର ରଥ , ଉପସଭାପତି ଝଙ୍କଡ ସାହିତ୍ୟ ସଂସଦ ସୁରେଶ ଚନ୍ଦ୍ର ମହାନ୍ତି , ଯୁଗ୍ମ ସଭାପତି ଡ ବିଷ୍ଣୁପ୍ରିୟା ଦାସ , ସାହିତ୍ୟିକ ନାରାୟଣ ନାୟକ ପ୍ରମୁଖ ଯୋଗଦେଇ ଗୋପବନ୍ଧୁ ଙ୍କୁ ସମଗ୍ର ଓଡ଼ିଆ ଜାତି ବିଶ୍ୱ ମଣି କହିବାପାଇଁ ମତପ୍ରକାଶ କରିଥିଲେ । ସଙ୍ଗଠନ ସମ୍ପାଦକ ପଣ୍ଡିତ ବାସବ କୁମାର ନନ୍ଦ ଅତିଥିପରିଚୟ କରିଥିବା ବେଳେ ପ୍ରତିଷ୍ଠାତା ସମ୍ପାଦକ ଗୋଲକ ବିହାରୀ ପଲାଇ ସ୍ୱାଗତ ଭାଷଣ ଦେଇଥିଲେ । ଝଙ୍କଡ କନ୍ଯା ସବିତା ନାୟକ , କବୟିତ୍ରୀ ମାନସୀପ୍ରଭା ସ୍ୱାଇଁ ଓ ପ୍ରାଧ୍ଯାପିକା ରାଜଶ୍ରୀ ସ୍ୱାଇଁ ସଂଯୋଜନା କରିଥିଲେ । ଶେଷରେ ଅନୁଷ୍ଠାନର କାର୍ଯ୍ଯକାରୀ ସଭ୍ଯ ହେମନ୍ତ କୁମାର ନାୟକ ଧନ୍ଯବାଦ ଦେଇଥିଲେ । ଅନୁଷ୍ଠାନର ସମସ୍ତ ସଦସ୍ଯ ଗୋପବନ୍ଧୁ ସଂଗ୍ରହାଳୟ ଓ ପୁଣ୍ଯାତ୍ମା ଗୋପବନ୍ଧୁଙ୍କ ଷଠିଘର ବୁଲି ଦେଖିଥିଲେ । ମହାପୁରୁଷଙ୍କ ସ୍ମୁତିରକ୍ଷା ପାଇଁ ପୂର୍ବତନ ସରକାରଙ୍କ ପକ୍ଷରୁ ସୁଆଣ୍ଡୋରେ କରାଯାଇ ଥିବା ବିକାଶ ମୂଳକ କାର୍ଯ୍ୟର ପ୍ରଶଂସା କରିଥିଲେ । ଶେଷରେ ଶ୍ରୀ ରାଧା ବିନୋଦବିହାରୀ ଠାକୁରଙ୍କ ମନ୍ଦିରରେ ପୂଜାଅର୍ଚ୍ଚନା କରିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨/୪/୨୦୨୫-----୭,୨୫ Sakhigopal News,2/4/2025