Breaking News

ଭୋଟର ତାଲିକା ସଂଶୋଧନର ସ୍ବତନ୍ତ ପ୍ରଶିକ୍ଷଣ

ସାକ୍ଷୀଗୋପାଳ---  ସାଧାରଣ ନିର୍ବାଚନ ଆଗରୁ ଭୋଟର ତାଲିକା ସଂଶୋଧନ କାର୍ଯ୍ଯକ୍ରମ ଆରମ୍ଭ ହୋଇଯାଇଛି । ସତ୍ଯବାଦୀ ବ୍ଳକର ସମିତି ସଭାଗୃହ ପରିସରରେ ଭୋଟର ତାଲିକା ସଂଶୋଧନ ପାଇଁ ସ୍ବତନ୍ତ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଈଛି । ବ୍ଳକ ଅଧ୍ଯକ୍ଷା ସସ୍ମିତା ପ୍ରଧାନ ସଭାପତିତ୍ବ କରିଥିଲେ । ଉପସ୍ତିତ ଥିବା ସୁପରଭାଇଜର ଓ ବି ଏଲ ଓ ମାନଙ୍କୁ ଭୋଟର ତାଲିକା ସଂଶୋଧନ,ନୂଆ ଭୋଟର ଯୋଗ, ଭୋଟର ତାଲିକାରୁ ବାଦ କରିବା ସମ୍ପର୍କରେ ଜିପିଓ ମଣ୍ଟୁ ସ୍ବାଇଁ ବୁଝାଇଥିଲେ । ସମସ୍ତ ବିଏଲଓ ମାନେ ୨୩/୯,୭/୧୦ଓ୨୮/୧୦ ରିଖଦିନ ଭୋଟଦିନ କେନ୍ଦ୍ର ମାନଙ୍କରେ ସକାଳ ୯ ଘଟିକାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଉପସ୍ଥିତ ରହିବେ ବୋଲି କହିଥିଲେ । ଅନ୍ଯମାନଙ୍କ ମଧ୍ଯରେ ଉପାଧ୍ଯକ୍ଷ ବିକ୍ରମ ଜେନା, ଏବିଡିଓ ଶାରଦା ପ୍ରସନ୍ନ ମହାନ୍ତି ଓ ଶିଶୁ ବିକାଶ ବିଭାଗ ର ପରିଦର୍ଶିକା ଦେବକୀ ସାହୁ ପ୍ରମୂଖ ଉପସ୍ଥିତ ରହିଥିଲେ । ସମ୍ବାଦଦାତା ଧୀରେନ୍ଦ୍ର ସେନାପତି

BHOTARA TALIKA SANSODHANA SWATANTRA PRASIKHYANA
BY - DHIRENDRA SENAPATI
SAKHIGOPAL NEWS

Blog Archive

Popular Posts