ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ଡେଲାଙ୍ଗ,.......
ଭୀମଭୋଇ ଭିନ୍ର୍କ୍ଷମ ସାମର୍ଥ୍ୟ ଶିବିର ଡେଲାଙ୍ଗ ବ୍ଲକ ତରଫରୁ ଡଁଁପୁର ସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ଆଭା ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି।୨୧ ଟି ପଞ୍ଚାୟତରୁ ପ୍ରାୟ ୭୨୦ଜଣ ଏହି ଶିବିରରେ ନାମ ପଞ୍ଜିକରଣ କରିଥିବା ଜଣା ପଡିଛି।ଶିିବିର କୁ ବିଡିଓ କ୍ଷୀରୋଧ ପ୍ରଧାନ ଓ ସ୍ଥାନିୟ ସରପଞ୍ଚ କାଳନ୍ଦୀ ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ସିଂହବ୍ରହ୍ମପୁର ସରପଞ୍ଚ ଭାଗୀରଥି ପ୍ରଧାନ ଜେନାପୁର ସମିତି ସଭ୍ୟ ପ୍ରଭାତ ଜେନା ବେରବୋଇ, ରେଞ୍ଚ, ଅରିସଲ ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତିସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହିଥିଲେ। ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢ଼ୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ତପନ ଚନ୍ଦ୍ର ଦାଶ ସିଡିପିଓ କାମିନୀ ପ୍ରଭା ସ୍ୱାଇଁ ଉପସ୍ଥିତ ରହିଥିଲେ। ଶିବିରରେ ଅସ୍ଥିଶଲ୍ୟ ସର୍ଜରୀ, ଚକ୍ଷୁ ,ନାସା ଗଳା(ଈ ଏନ ଟି) ଓ ମାନସିକ ବିଭାଗର ଡାକ୍ତର ମାନେ ଯୋଗଦେଇଥିଲେ।ଆଭା ଅନୁଷ୍ଠାନର ସଭାପତି ସୁଧୀର ଦାଶ ଶିବିରଟିକୁ ପରିଚାଳନା କରିଥିବା ବେଳେ ସମ୍ପାଦକ ଦିଜ ପରିଡା ଧନ୍ୟବାଦ ଦେଇଥିଲେ। ସମ୍ବାଦଦାତା ଧୀରେନ୍ଦ୍ର ସେନାପତି ।

BHIMA BHOI BINNA KHYAMA MAMARTHYA SIBIRA
BY - DHIRENDRA SENAPATI
SAKHIGOPAL NEWS