ଶ୍ରମିକ ମାରଣ ନୀତିରେ ଜିଲ୍ଳାପାଳଙ୍କ କାର୍ଯ୍ଯାଳୟ ଆଗରେ ବିକ୍ଷୋଭ
କେନ୍ଦ୍ର ଓ ରାଜ୍ଯ ସରକାରଙ୍କର ଶ୍ରମିକମାରଣନୀତି ସହିତ ଦରଦାମ ବୃଦ୍ଧି ଓ ବେକାରି ଆଦି ସମସ୍ଯାକୁ ନେଇ ଏଆଇସିସିଟିୟୁ ପୁରୀ ଜିଲ୍ଳା କମୀଟି ପକ୍ଷରୁ ପୁରୀ ଜିଲ୍ଳାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭ ରେ ରାଜ୍ଯ ସାଧାରଣ ସମ୍ପାଦକ ରାଧାକାନ୍ତ ସେଠୀ , ରାଜ୍ଯ ସମ୍ପାଦକ ମହେନ୍ଦ୍ର ପରିଡା , ସିପିଆଇଏମ ଏଲର ଅଶୋକ ପ୍ରଧାନ ଓ କିଷାନ ପଟ୍ଟନାୟକ କେନ୍ଦ୍ର ଓରାଜ୍ଯ ସରକାରଙ୍କ ବିରୁଧରେ ନାରାବାଜି ଦେଇଥିଲେ । ଏହି ବିକ୍ଷୋଭର ନେତୃତ୍ୟ ନେଇଥିଲେ ପୁରୀ ଜିଲ୍ଳାର ସମ୍ପାଦକ ଲିଟୁଲାଲ ସୁବୁଦ୍ଧି ସଭାପତି ରବିନ୍ଦ୍ର ସ୍ବାଇଁ ପ୍ରମୂଖ ସହଯୋଗ କରିଥିଲେ । ସମ୍ବାଦଦାତା --ଧୀରେନ୍ଦ୍ର ସେନାପତି ।
SRAMIKA MARANA NITIRE JILAPALANKA KARYALAYA AAGARE BIKHYOBHA
BY - DHIRENDRA SENAPATI
SAKHIGOPAL NEWS