Breaking News

ନିଜ ଗାଁର ସଫେଇ ଓବୃକ୍ଷର ଦାୟତ୍ବ ନେଲେ ଯୁବ ଗୋଷ୍ଠୀ

ପିପିଲି ବ୍ଳକର ଓରକଳ ଗ୍ରାମ ପଞ୍ଚାୟତରେ ନୂତନ ନାମରେ ନାମିତ ବିଶ୍ଵମେରୀ ଆମ କର୍ତ୍ତବ୍ୟ ଆମ ଅଧିକାର ଗ୍ରୁପ ନିଜ ଗ୍ରାମ ସଫେଇ କରିବା ସହ ବୃକ୍ଷ ରୋପଣ ଓ ତାର ଦାୟତ୍ବ ବହନ କରିଛି । ଗ୍ରାମରେ ଥିବା ମକରବା ଶିବ ମନ୍ଦିର ପରିସର  ସଫେଇ କରାଯାଇଥିଲା । ଏଥି ସହ ଗ୍ରାମ ର ଲୋକମାନଙ୍କୁ ପରିବେଶ କୁ ସ୍ୱଛ ସୁନ୍ଦର କରି ଗଢି ତୋଳିବା ଓ ବାହାରେ ସୌଚ୍ ନ କରିବା ପାଈଁ ଲୋକମାନଙ୍କୁ ସଚେତନ କରାଯାଇଛି । ଗ୍ରାମରେ ପୂର୍ବରୁ ରୋପଣ କରାଯାଇଥିବା ବୃକ୍ଷ ର ସୁରକ୍ଷା ନେବା ସହ ଗଛରେ ପାଣି ଦିଆଯାଇଥିଲା ।  ଆଖ ପାଖ ଅଞ୍ଚଳରୁଅଳିଆ ଆବର୍ଜନା କୂ ସଫାକରା ଯାଇଛି । ଆଗାମୀ ଦିନରେ ଗ୍ରାମ କୁ ସ୍ବଚ୍ଛ କରାଯିବା ସହ କିପରି ଓଡିଶାକୁ ସ୍ୱଛ ଏବଂ ସୁନ୍ଦର  କରି ଗଢିତୋଳିବା ଏ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହିଆଲୋଚନାରେ ଗ୍ରଫର ସଭାପତି ଜ୍ୟୋତି ରଞ୍ଜନ ପ୍ରଧାନ, ଉପସଭାପତି ବିଶ୍ବଜିତି ଆଚାର୍ଯ୍ୟ, ଛାତ୍ରନେତା ସୁଦୀପ୍ତ ନାୟକ ଓ ପରେଶ ମହାରଣା ପ୍ରମୂଖ ଉପସ୍ଥିତ ରହି ନିଜ ନିଜର ମତ ଦେଇଥିଲେ । ସମ୍ବାଦଦାତା ବିଜୟ ମହାପାତ୍ର

NIJA GAON RA SAPHEI O BRUKHYARA DAYITWA NELE JUBA GOSTI
BY - DHIRENDRA SENAPATI
SAKHIGOPAL NEWS

Blog Archive

Popular Posts