Breaking News

କାକଟପୁରରେ ବିଜେଡିର ମହିଳା ସମାବେଶ

କାକଟପୁର ଠାରେ ମହିଳା ମାନଙ୍କୁ ସ୍ୱାଭଲମ୍ବୀ ଓ ଆତ୍ମ ନିର୍ଭରଶୀଳ କରିବା ଲକ୍ଷ୍ଯ ନେଇ ରାଜ୍ୟ ବିଜୁଜନତା ଦଳ ଆହ୍ୱାନ କ୍ରମେ ଶନିବାର ବ୍ଲକ ଛକ ପଡିଆ ଠାରେ ମହିଳା ମହାସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ପ୍ରାୟ ୧୦ହଜାରରୁ ଅଧିକ ମହିଳା ଯୋଗଦେଇଥିଲେ । ଏହି ସମାବେଶରେ ମୁଖ୍ଯ ଅତିଥି ଭାବେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇଥିଲେ । ଅନ୍ଯମାନଙ୍କ ମଧ୍ଯରେ  ସ୍ଥାନୀୟ ବିଧାୟକ ସୁରେନ୍ଦ୍ର ସେଠୀ,ପୁରୀଜିଲା ମହିଳା ବିଜୁଜନତା ଦଳର ସଭାନେତ୍ରୀ ଶାନ୍ତିଲତା ପ୍ରଧାନ ପ୍ରମୁଖ ଯୋଗଦେଇ ରାଜ୍ଯ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଆଗାମୀ ଦିନରେ ନାରୀ ସୁରକ୍ଷା ଆଇନ ସଂପର୍କରେ ସରକାରଙ୍କ ତରଫରୁ ତାଲିମ ପ୍ରଦାନ କରାଯିବ ବୋଲି ବିଧାୟକ ଶ୍ରୀ ସେଠୀ ମହିଳା ମହାସମାବେଶରେ କହିଥିଲେ । ସମ୍ବାଦଦାତା ଜୟନ୍ତ କୁମାର ସେଠୀ

KAKATAPUR BJD RA MAHILA SAMABESHA
BY - DHIRENDRA SENAPATI
SAKHIGOPAL NEWS

Blog Archive

Popular Posts