ଟ୍ରକ ବାଇକି ମୂହାଁମୂହିଁ ବାଇକି ଚାଲକ ଗୁରୁତର
ପିପିଲି----- ସାତଶଙ୍ଖ ---ବଳଙ୍ଗା ରାସ୍ତାର ଆଠବାଟିଆ ଛକଠାରେ ଏକ ପଥର ବୋଝେଇ ଟ୍ରକ ସହ ବାଇକିର ମୁହାଁମୁହିଁ ଧକ୍କା ହୋଇଛି । ବାଇକି ଚାଳକ ଟ୍ରକ ଚକାତଳେ ପଡି ଚାପି ହୋଇରହିଯାଇଥିଲେ ।ସ୍ଥାନୀୟ ଲୋକମାନେ ତାଙ୍କୁ ଟ୍ରକ ଚକାତଳୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ମେଡିକାଲକୁ ଚିକିସ୍ଥା ପାଇଁ ନିଆଯାଇଛି ।ଗୁରୁତର ଥିବା ଯୁବକ ହେଲେ ଦେବାଶିଷ ଦାଶ (32) । ତାଙ୍କ ଘର ବଳଙ୍ଗା ଥାନା ପାର୍ବତିପୁରର ବୋଲି ପିପିଲି ପୁଲିସ ଠାରୁ ପ୍ରକାଶ । ସ୍ଥାନୀୟ ବାସିନ୍ଦା ମାନେ ସେଠାରେ ତୂରନ୍ତ ହମ୍ପସ ନିର୍ମାଣ ଦାବିକରି ସାତଶଙ୍ଖ ବଳଙ୍ଗା ରାସ୍ତାକୁ ଅବରୋଧ କରିଥିଲେ । ଖବର ପାଇ ପିପିଲି ଥାନା ଅଧିକାରୀ ଶରତ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କ ସହ ଆଲୋଚନା କରିବାପରେ ରାସ୍ତା ଅବରୋଧ ହଟିଥିଲା ।ପିପିଲି ପୁଲିସ ଦୁର୍ଘଟଣା ଗସ୍ତ ଗାଡି ଦୁଇଟିକୁ ଜବତ କରିଛନ୍ତି । ସମ୍ବାଦଦାତା ବିଜୟ ମହାପାତ୍ର ।
TRUCK BIKE MUHAN MUHIN CHALAKA GURUTWARA
BY - DHIRENDRA SENAPATI
SAKHIGOPAL NEWS