ଦଶ ଅନ୍ତଦ୍ଯୋୟ ଅଣ୍ଣ ଯୋଜନା କାର୍ଡ ଜବତ
ଅନ୍ତଦ୍ଯୋୟ କାର୍ଡ ହିତାଧୀକାରି ଚୟନରେ ଅନିୟମିତତା ଅଭିଯୋଗ ହେବା ସହ ଆନ୍ଦୋଳନ ପାଇଁ ଚେତାବନି ମିଳିଛି । ଏହାପରେ ଡେଲାଙ୍ଗ ବ୍ଳକରେ ଦଶଟି ଅନ୍ତଦ୍ୟୋୟ କାର୍ଡ ଯୋଗାଣ ବିଭାଗ ପକ୍ଷରୁ ଜବତ କରାଯାଇଛି । କେନ୍ଦ୍ର ସରକାର ଜାତୀୟ ଖାଦ୍ଯ ନିରାପତା ଯୋଜନା ମାଧ୍ଯମରେ ସମଗ୍ର ଦେଶରେ କ୍ଷୁଧାମୁକ୍ତ ଚିନ୍ତା କରିଛନ୍ତି । ମାତ୍ର ଡେଲାଙ୍ଗ ବ୍ଳକରେ ଏହାର ଓଲଟା ଯୋଜନା ଦେଖିବାକୁ ମିଳିଛି ବୋଲି ବ୍ଳକ କଂଗ୍ରେସ ସଭାପତି ତଥା ଚାଇଁପୁର ସରପଞ୍ଚ ପ୍ରଦ୍ଯୁମ୍ନ ପରିଡା ଅଭିଯୋଗ ଆଣିଛନ୍ତି ।ଏହାକୁ ନେଇ ଆନ୍ଦୋଳନ ପାଇଁ ସଜବାଜ ହୋଉଥିବା ଜଣାପଡିଛି । ସଠିକ ଭାବରେ ଏହା ତଦନ୍ତ କରାଗଲେ ଯୋଗାଣ ବିଭାଗରେ ହୋଇଥିବା ଘୋଟଲା ପଦାକୁ ଆସିବ ବୋଲି ଶ୍ରୀ ପରିଡା କହନ୍ତି । ଅନ୍ଯପକ୍ଷେ ବ୍ଳକ ଅଧ୍ୟକ୍ଷ କହନ୍ତି ଆମେ ଦଶଟି କାର୍ଡ ଜବତ କରି ତଦନ୍ତ କରାଯାଉଛି । ଆବଶ୍ୟକ ସ୍ଥଳେ ଅଯୋଗ୍ଯ ହୀତାଧିକାରୀଙ୍କ ନାମ କଟାଯାଇ ଯୋଗ୍ଯ ହିତାଧିକାରିଙ୍କୁ ପ୍ରଦାନ କରାଯିବ ।
TAG - DASHA ANTADYOYA ANNA YOJANA KARD JABAT - DELANGA BLOCK
BY - DHIRENDRA SENAPATI
SAKHIGOPAL NEWS