ତାତିଲେ ପିପିଲି, ଡେଲାଙ୍ଗ ବିଜେଡି ମହିଳା ମୋର୍ଚା
ଥାନାରେ କଲେ ଅଭିଯୋଗ
ପିପିଲି---- ପଞ୍ଚାୟତରାଜ ମନ୍ତ୍ରୀ ତଥା ପିପିଲି- ଡେଲାଙ୍ଗର ବିଧାୟକ ପ୍ରଦୀପ ମହାରଥୀ ଓ ତାଙ୍କ ପରିବାରଙ୍କ ବିରୁଦ୍ଧରେ ହୀନଚକ୍ରାନ୍ତ ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ନେତ୍ରୀ ସୁରମା ପାଢୀ ନିଜର ମାନବିକତାକୁ ଭୁଲି ଯାଇଛନ୍ତି । ନିଜେ ଜଣେ ମା ହୋଇ ଆଉ ଜଣେ ମା ପ୍ରତି ଏ ଭଲି ମନ୍ତବ୍ଯ ଦେବା ସହିତ ସୋସିଆଲ ମିଡିଆରେ ମନ୍ତୀଙ୍କ ସହ ତାଙ୍କ ପରିବାର ଫଟୋକୁ ଭାଇରାଲ କରିବାକୁ ବିରୋଧ କରାଯାଇଛି । ପିପିଲି ଡେଲାଙ୍ଗ ମହିଳା ମୋର୍ଚ୍ଚା ପକ୍ଷରୁ ପିପିଲି ଥାନାରେ ସୋସିଆଲ ମିଡିଆରେ ଭାଇରାଲ କରିଥିବା ବିଜେପି ମହିଳା ନେତ୍ରୀଙ୍କ ସହ ପିପିଲି ଶାଖା ବିରୁଦ୍ଧରେ ଅଭିଯୋଗ କରାଯାଇଛି । ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ ବିଜେପି ରାଜନୀତିରେ କ୍ଷମତାକୁ ଆସିବାପାଇଁ ପ୍ରତି ଗାଁରେ ଯେଉଁଭଳି ହୀନଚକ୍ରାନ୍ତ କରୁଛି ଆଗାମୀ ଦିନରେ ପିପିଲି ଡେଲାଙ୍ଗ ର ମା ଓ ମହିଳା ମାନେ ତାଙ୍କୁ ଉଚିତ ଜବାବ ଦେବେ । ବିଜେପି ଦଳ କ୍ଷମତା ଲୋଭରେ ପ୍ରତି ଗାଁରେ ହିଂସା ,ଦଙ୍ଗା ,ପରିବାର ମାନ ମର୍ଯ୍ଯଦା ସମ୍ମାନ ହାନି ଭଳି କାର୍ଯ୍ଯ କରୁଥିବାରୁ ସେଥିରୁ ନିବୃତ୍ତ ରହିବା ସହ ଶ୍ରୀ ମହାରଥୀ ଓ ତାଙ୍କ ପରିବାର ଫଟୋକୁ ଭାଇରାଲରୁ ନିବୃତ ରହନ୍ତୂ । ଜୋସ୍ନା ରାଣି ପୁଷ୍ଟି, ବାସନ୍ତୀ ସାହୁ , ଉମାମଣି ରଥ ,କଳ୍ପନା ସାମନ୍ତରାୟଙ୍କ ସହିତ ଶତାଧିକ ମହିଳା ଏହି ଅଭିଯୋଗ କରିଛନ୍ତି । ପିପିଲି ଥାନା ଅଧିକାରୀ ଶରତ କୁମାର ସାହୁ କହିଛନ୍ତି ଅଭିଯୋଗ ମିଳିଛି ତଦନ୍ତ କରାଯାଇ ବିହିତ କାର୍ଯ୍ଯାନୁଷ୍ଠାନ ନିଆଯିବ । ସମ୍ବାଦଦାତା ବିଜୟ ମହାପାତ୍ର

TATILE PIPILI DELANGA BIJEDI MAHILA MORCHA
BY - DHIRENDRA SENAPATI
SAKHIGOPAL NEWS