ସଡକ ଦୁର୍ଘଟଣାରେ ୫ମୃତ୍ଯୁ,୧ଗୁରୁତର
ସାକ୍ଷୀଗୋପାଳ------ପୁରୀ---ଜଗନ୍ନାଥ ରାସ୍ତାର ସୁକଳ ଓ ଭାଇଲିପୁର ଛକ ମଧ୍ଯରେ ଆଜି ଭୋର ସମୟରେ ଏକ ବୋଲୋର ଭାରସାମ୍ଯ ହରାଇ ରାସ୍ତା ତଳ ଯୋରକୁ ଖସି ପଡିବାସହ ଚାରିଚକା ଉପରକୁ ହୋଇଯାଇଛି । ଗାଡିଟି ପାଣିରେ ପଡିବା ଯୋଗୁ ଦୁଇ ଜଣ ଶିଶୁ,ଜଣେ ମହିଳା ଓ ଦୁଇ ଜଣ ପୁରୁଷ ପାଣିରେ ବୁଡିଯାଇ ମୃତ୍ଯୁ ବରଣ କରିଛନ୍ତି । ଅନ୍ଯ ମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଚନ୍ଦନପୁର ପରେ ପୁରୀ ମେଡିକାଲକୁ ପଠାଯାଇଥିବା ଜଣାପଡିଛି । ଅଗ୍ନିଶମ ବିଭାଗର କର୍ମଚାରି ମାନେ ସେମାନଙ୍କର ଛଅ ଦଫା ଦାବୀକୁ ନେଇ ଆନ୍ଦୋଳନ ଜାରି ରହିଥିଲେ ମଧ୍ଯ ଖବରପାଇବା ପରେ ଅଗ୍ନିଶମ ବିଭାଗର କର୍ମଚାରି ମାନେ ନିଜ ବିବେକକୁ ପଚାରି ଏହି କାର୍ଯ୍ଯ କରିଥିଲେ । ଏହି ବୋଲୋରରେ ୧୨ଜଣ ଛୋଟ ବଡ ହୋଇ ଗଞ୍ଜାମ ଜିଲ୍ଳାର ପାତ୍ରପୁର ବ୍ଳକର ଜରଡାଥାନାର ଲାଲକମଙ୍ଗ ଗ୍ରାମର । ଦଶାହ କାର୍ଯ୍ଯସାରି ଏମାନେ ଅସ୍ଥି ବିସଜନ କରିବା ପାଇଁ ପୁରୀ ଆସୁଥିବା ଜଣାପଡିଛି । ସମ୍ବାଦଦାତା ଧୀରେନ୍ଦ୍ର ସେନାପତି
SADAKA DURGATANA RE 5 MRUTYU 1 GURUTWARA
BY - DHIRENDRA SENAPATI
SAKHIGOPAL NEWS