ନାବାର୍ଡ ପକ୍ଷରୁ ବୃକ୍ଷ ରୋପଣ
ସାକ୍ଷୀଗୋପାଳ--- ସତ୍ଯବାଦୀ ବ୍ଳକ ଅନ୍ତର୍ଗତ ବୀରଗୋବିନ୍ଦପୁର ହାଇସ୍ଳୁଲ ପରିସରରେ ନାବାର୍ଡାର ସହାୟତା ଓ ଗ୍ରାମ୍ଯ କୃଷି ବିକାଶ ପରିଷଦ ସହାୟତାରେ ବୃକ୍ଷ ରୋପଣ କରାଯାଇଛି । ଏହି କାର୍ଯ୍ଯକ୍ରମକୁ ନାବାର୍ଡର ଆଞ୍ଚଳିକ ପ୍ରବନ୍ଦକ ପ୍ରବୀର ପଣ୍ଡା ମୁଖ୍ଯ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠିତ ସଭାରେ ଗୋଟିଏ ଜିବନ ଗୋଟିଏ ଗଛ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ଯରେ ସମାଜର ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ , ବିଦ୍ଯାଳୟର ପ୍ରଧାନଶିକ୍ଷୟତ୍ରୀ ସବିତା ଦାଶ,ଶିକ୍ଷାବିତ୍ତି ବିଜୟ କୁମାର ମହାପାତ୍ର ପ୍ରମୂଖ ଯୋଗଦେଇଥିଲେ । ବିଦ୍ଯାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ନବ କିଶୋର ନନ୍ଦ୍ର ଅନୁଷ୍ଠିତ ସଭିରେ ସଭାପତିତ୍ବ କରିଥିଲେ । ଗ୍ରାମ୍ଯ କୃଷି ବିକାଶ ପରିଷଦର ସାଧାରଣ ସମ୍ପାଦକ ପ୍ରତାପ କୁମାର ପାହାନ୍ତାସିଂ ଅତିଥି ପରିଚୟ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିଲେ । ଅନୁଷ୍ଠାନର କୋଷାଧ୍ୟକ୍ଷ ସଂଯୁକ୍ତା ପାହାନ୍ତାସିଂ ଧନ୍ଯବାଦ ଦେଇଥିଲେ । ସମ୍ବାଦଦାତା ଧୀରେନ୍ଦ୍ର ସେନାପତି ।
NABARD PAKHYARU BRUKHYA ROPANA
BY - DHIRENDRA SENAPATI
SAKHIGOPAL NEWS