ଅଳଗୁମରେ ପ୍ରସିଦ୍ଧ କାଠିଯାତ୍ରା ଶେଷ
ସାକ୍ଷୀଗୋପାଳ------ ପୁରୀ ଜିଲ୍ଳାର ସତ୍ଯବାଦୀ ବ୍ଳକର ଅଳଗୁମ ଗ୍ରାମ ପଞ୍ଚାୟତରେ କାହିଁ କେଉଁ କାଳରୁ ମା ଜାଗୁଳେଇ ନାମରେ ପୂଜା ପାଇ ଆସୁଛନ୍ତି । ଏହୀ ଠାକୁରାଣିଙ୍କର ବର୍ଷକୁ ମାତ୍ର ୧୨ ଦିନ ଆଖି ଖୋଲାଯାଏ । ଅନ୍ୟ ଦିନରେମାଙ୍କ ଆଖିରେ ବିରିବଟା ଯାଈ ଯାବ ଦିଆଯାଇଥାଏ । ମାଙ୍କ ବିସୟରେ କୈଣସି ସଠିକ ତଥ୍ଯ ବା ଇତିହାସ ନ ଥିଲେ ମଧ୍ଯ ଜନ ମାନସରେ କେତକ କଥା ଶୁଣିବାକୁ ମିଳେ । ଭାଦ୍ରବ ମାସ ଷଷ୍ଠୀ ତୀଥିରେ ମାଙ୍କର ଆଖି ଖୋଲାଯାଇ ଅଳଗୂମର ବାରପଡାରେ ମା ଭୋଗ ଖାଇଥାନ୍ତି । ଶେଷଦିନ ତଥା ପୂର୍ଣ୍ଣମି ଦିନ ମାଙ୍କର ଏକ ମଧ୍ୟାହ୍ନରେ ଭୋଗଖାଇ ମନ୍ଦିରରେ ପହଞ୍ଚିବା ପରେ କାଠିଯାତ୍ରା ପାଇଁ ପ୍ରସ୍ତୁତି କରାଯାଇଥାଏ । ୨୨ହାତ୨୨ଆଙ୍ଗୁଳି ଲମ୍ବାର ଶାଳ କାଠ ରେ ମାଙ୍କର ଲୁଗା ଗୁଡା ଯିବାପରେ ପାଖ ବାରବାଟୀ ପଡିଆରେ ପୋତାଯାଇଥାଏ । ତାଉପରେ କାଳେସି ବିଜେ ହୋଇ ଶ୍ରଦ୍ଧାଳୁ ମାନଙ୍କର ଶୁଭ କାମନା କରିଥାନ୍ତି । ଏବେ କାଳେସି ଆଉ ନାହାନ୍ତି ମାଙ୍କର ମୂଖ୍ଯପୁଜକ ସଚ୍ଚିକାନ୍ତ ବରାଳ କାଠି ପାଖରେ ଠିଆ ହୋଇ ମାଙ୍କର ଫୁଲ ଓ ପାଦୁକ ଦେଇଥାନ୍ତି । ଏହି କାଠି ଓ ମାଙ୍କର ଆର୍ଶିବାଦ ପାଇଁ ପଡିଆରେ ଗହଳି ଲାଗିଥିଲା । ସମ୍ବାଦଦାତା ଧୀରେନ୍ଦ୍ର ସେନାପତି ।
ALAGUMA RE PRASIDHA KATHI JATRA SESA
BY - DHIRENDRA SENAPATI
SAKHIGOPAL NEWS