ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ତରଫରୁ ଅଗ୍ନି ବିପନ୍ନ ପରିବାରଙ୍କୁ ସାହାଯ୍ୟ
ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୂର୍ ଗ୍ରାମ ପଞ୍ଚାୟତର ଘାଷିଭବାନିପୁର ଗ୍ରାମରେ ନିକଟ ଅତୀତରେ ନିଆଁ ଲାଗି ସର୍ବସ୍ବାନ୍ତ ହୋଇ ଥିବା ୧୦ ଗୋଟି ପରିବାରଙ୍କୁ ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ର କର୍ମକର୍ତ୍ତାମାନେ ସେମାନଙ୍କ ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ବିପନ୍ନ ପରିବାରଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। ଚୁଡ଼ା, ଗୁଡ଼,ସୁଜି, ମଟର,ଭଜା ଚୁଡ଼ା, ବିସ୍କୁଟ, ମିକ୍ସଚର, ଲୁଣ, ମହମ ବତୀ ଓ ଦିଆସିଲି ପ୍ୟାକେଟ ସହିତ ପିନ୍ଧିବା ବସ୍ତ୍ର ଯଥା ଶାଢ଼ୀ, ଲୁଙ୍ଗି ଓ ଗାମୁଛା ରହିଥିଲା। ପରିବାର ଜନଙ୍କ ଅସୁବିଧା ସମୟରେ ପରିଷଦର ସଭ୍ୟ ମାନେ ପହଞ୍ଚି ଥିବାରୁ ଗ୍ରାମବାସୀ ମାନେ ଖୁସି ବ୍ୟକ୍ତ କରିଥିଲେ। ଏଥିରେ ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ର ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଶାଖା ସଚିବ ବିଜୟ କୁମାର ପରିଡ଼ା, ସମ୍ପର୍କ ସଚିବ ନବଘନ ଶତପଥୀ, ସେବା ସଚିବ ଦେବରାଜ ନାୟକ, ସଂସ୍କାର ସଚିବ ସୁନିଲ କୁମାର ବେହେରା, ପର୍ଯ୍ୟାବାରଣ ସଚିବ ବିଭୁପ୍ରସାଦ ମହାପାତ୍ର, ସଭ୍ୟ ଭୁବନା ନନ୍ଦ ଷଡ଼ଙ୍ଗୀ ଓ ଲିଙ୍ଗରାଜ ସାହୁ ଯୋଗ ଦେଇ ଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୮/୮/୨୦୨୫----୬,୩୫ Sakhigopal News,8/8/2025