ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଘାସିଭବାନୀ ପୁର ଗ୍ରାମରେ ଶୁକ୍ରବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟୀ ୧୦ ପରିବାରର ୧୦ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଯାଇଛି । ଏହି ଖବର ପାଇ ପ୍ରୟାସ ସଂଗଠନ ର ନେତା ତଥା ସତ୍ୟବାଦୀର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶ୍ରୀ କାମାକ୍ଷା ପ୍ରସାଦ ପ୍ରଧାନ ଅଗ୍ନିବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ପ୍ରତି ପରିବାରଙ୍କ ପାଇଁ ଶୁଖିଲା ରାଶନ ସାମଗ୍ରୀ ସହିତ ଲୁଗା, ଲୁଙ୍ଗି, ଗାମୁଛା, ବାଲଟି ଓ ଟର୍ଚ୍ଚ ଲାଇଟି ପ୍ରଦାନ କରାଯାଇଛି । ଶ୍ରୀ ପ୍ରଧାନଙ୍କ ସହିତ ସଂଗଠନର ସଦସ୍ୟ ଶ୍ରୀ ଗଙ୍ଗାଧର ଛାଟୋଇ, ଶ୍ରୀ ପ୍ରାଚୁର୍ଯ୍ୟ ହୋତା, ଶ୍ରୀ ଲକ୍ଷ୍ମଣ ବେହେରା, ଶ୍ରୀ ଗାନ୍ଧୀ ବିଶ୍ୱାଳ, ଶ୍ରୀ ଟୁଲୁ ମହାପାତ୍ର, ବିକାଶ ଜେନାଙ୍କ ସହିତ ଚିନ୍ମୟୀ ରଥ ପ୍ରମୁଖ ଉପସ୍ଥିତ ଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୮/୨୦୨୫----୩,୪୦ Sakhigopal News, 3/8/2025