Breaking News

ଜଟଣୀରେ ଜଳ ଯୋଗାଣ ବିପର୍ଯ୍ୟସ୍ଥ, ଜଳ ଯୋଗାଣ ବନ୍ଦ ନେଇ ଜନ ଅସନ୍ତୋଷ





ଜଟଣୀ :-ସହରରେ ଦିନକୁ ଦିନ ଜଳ ଯୋଗାଣ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ଅତି ଦୁଃଖର ବିଷୟ l ଜନସାଧାରଣଙ୍କ ହିତ କୁ ଆଖି ଆଗରେ ରଖି ସରକାର ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜଳ ଯୋଗାଣ ବ୍ୟବସ୍ଥା ବ୍ୟାପକ କରିବା ସଙ୍ଗେ ସଙ୍ଗେ ପ୍ରତ୍ୟକ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ୨୪×୭ ସମୟ ଜଳ ଯୋଗାଇବା ନିୟମ ରହିଛି । ଜଟଣୀ ର ସମସ୍ତ ପୌରାଞ୍ଚଳ ୱାର୍ଡରେ ପାନୀୟ ଜଳ ଯୋଗାଣ ବିଭାଗ ତରଫରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି l ସୂଚନା ମୁତାବକ କେତେବେଳେ କଟକ ମୁଣ୍ଡଳୀ ମୁଖ୍ୟ ପମ୍ପ ଷ୍ଟେସନରେ ବିଦ୍ୟୁତ ସରବରାହ ବନ୍ଦ କେତେବେଳେ ମୁଣ୍ଡଳୀ ଷ୍ଟେସନ ରେ ଟ୍ରାନ୍ସଫର ମର ପୋଡିଯିବା ଅନ୍ୟପକ୍ଷରେ  ମେଣ୍ଢାଶାଳ ଲାଇନ ଖରାପ,ଜଳସ୍ତର ନିମ୍ନଗାମୀ, ପାଇପ ଲାଇନ ମରାମତି, କାଳ ବୈଶାଖୀରେ ତାର ଛିଡ଼ିବା ଯୋଗୁଁ ମରାମତି ଏଭଳି ଅନେକ କାରଣ ଦର୍ଶାଇ ଜଳ ଯୋଗାଣରେ ବ୍ୟାହତ ଯୋଗୁଁ ୱାର୍ଡ ବାସି ନାହିଁ ନଥିବା ପାଣି ମୁନ୍ଦାକ ପାଇଁ ଅସ୍ତବ୍ୟସ୍ତ ହୋଇପଡନ୍ତି l ସହରରେ ଜଳାଯୋଗାଣ ବନ୍ଦ ପାଣି ପାଇଁ ହାହାକାର ପଡ଼ିଛି l ବହୁ ଲୋକଙ୍କ ଅଭିଯୋଗ ପରେ ବୁଧବାର ସନ୍ଧ୍ୟାରେ ପାଣି ଟାଙ୍କିରେ ପାଣି ବଣ୍ଟନ କରାଯାଇଥିଲା l ଯାହା ଜଣକ ଘରକୁ ଚାରି ବାଲ୍ଟି ପାଣି l ସମୁଦ୍ରକୁ ଶଙ୍ଖେ ଭଳି l ସେଥିରେ ପୁଣି ସପ୍ଲାୟ ହେଲେ ଗୋଳିଆ ପାଣି ଆସେ l କିନ୍ତୁ ଅନ୍ୟ ପକ୍ଷରେ  ବିଭାଗର ଉଚ୍ଚ ପଦସ୍ଥ ଅଫିସର ମାନେ ହାତ ଗୁଂଜା ନେଇ ସହର ବଜାରରେ ଥିବା ବାଇକ "ୱାସିଂ ଷ୍ଟେସନ "ମାନଙ୍କୁ ବେନିୟମ ଭାବେ ଜଳ ଯୋଗାଣ ବ୍ୟବସ୍ଥା କରାଇଥାନ୍ତି l ଜଣେ ନୂତନ କନେକ୍ସନ ପାଇଁ  ବିଭାଗରେ ପ୍ରମାଣ ପତ୍ର ସହ ୩୦୦ ଟଙ୍କା ଦାଖଲ କରିବାକୁ ପଡେ । ସେଥି ସହ କନେକ୍ସନ କର୍ମଚାରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ମୂଲ୍ୟ ସହ ପାଇପ କ୍ରୟ କରିବା ଏଭଳି ବାବଦକୁ ସର୍ବନିମ୍ନ ୧୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ ବୋଲି ସାଧାରଣ ଜନତାଙ୍କ ଅଭିଯୋଗ l ସହରରେ ଜଳ ଯୋଗାଣ ବ୍ୟବସ୍ଥା କେବେ ସୁଧୁରିବ ତାହା ସାଧାରଣରେ ପ୍ରଶ୍ନ ? ।ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ ଯଦି ଆଗକୁ ଏଭଳି ପରିସ୍ଥିତି ଉପୁଜେ ତେବେ ଏଥି ପାଇଁ ଜନ ଆନ୍ଦୋଳନ ହେବ ବୋଲି ସୂଚନା ପ୍ରଦାନ କରିଛନ୍ତି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୮/୮/୨୦୨୫----୬,୧୦ Sakhigopal News,8/8/2025

Blog Archive

Popular Posts