ସୁଆଣ୍ଡୋ ରେ ନକଲି ପୋଲିସ ର ଦୈ।ରାମ୍ ବୃଦ୍ଧି ; ପର୍ଯ୍ୟଟକ ଅସନ୍ତୋଷ
ସାକ୍ଷୀଗୋପାଳ ----ପୁରୀ ଜିଲ୍ଲା ସତ୍ଯବାଦୀ ବ୍ଳକର ସୁଆଣ୍ଡୋ ଗ୍ରାମ କୁ ସରକାର ଆଦର୍ଶ ଗ୍ରାମ ଭାବେ ଘୋଷଣା କରିବା ସହ ଉକ୍ତ ଗ୍ରାମରେ ଜନ୍ମଗ୍ରହଣ କରିଥିବା ପଣ୍ଡିତ ଉତ୍କଳ ମଣି ଗୋପବନ୍ଧୁଙ୍କର ଷଠିଘର କୁ ନୂତନ ରୂପରେଖ ଦିଆଯାଇଛି। ସେହିପରି ସେଠାରେ ଏକ ମିଜ୍ଯୁୟିମ କରିବା ସହ ଗ୍ରାମରେ ଥିବା ମନ୍ଦିର ନୂତନ ଭାବେ ନିର୍ମାଣ କରାଯାଇଛି। ଯାହାକି ଉକ୍ତ ଗ୍ରାମ ବା ସୁଆଣ୍ଡୋ ଏକ ପର୍ଯ୍ୟଟନସ୍ଥଳୀ ଭାବେ ବେଶ ପରିଚିତ। ପ୍ରତିଦିନ ବିଭିନ୍ନ ସ୍ଥାନରୁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଙ୍କ ସହିତ ଯୁବକଯୁବତୀ, ସାହିତ୍ୟକ, ଗବେଷକ ମାନଙ୍କ ଭିଡ଼ ପରିଲକ୍ଷିତ ହେଉଛି। ଭିଡ଼କୁ ଲକ୍ଷ୍ୟ କରି ଜିଲ୍ଲା ପ୍ରଶାସନ ଗ୍ରାମ ମୁଣ୍ଡରେ ଦୁଇ ଚକିଆ ଯାନ ଠାରୁ କାର ଓ ବସ ଗାଡ଼ିକୁ ଅଟକାଇ ଦିଆଯାଉଛି। ମାତ୍ର ସେଠାରେ ଜଣେ ପୋଲିସ ପୋଷାକ ପିନ୍ଧି ଗାଡ଼ି ମାଲିକ ମାନଙ୍କଠାରୁ ମୋର ଜବରଦସ୍ତ ଟଙ୍କା ଆଦାୟ କରୁଛନ୍ତି। ଯେଉଁ ଗାଡ଼ି ମାଲିକ ବା ଡ୍ରାଇଭର ମାନେ ଟଙ୍କା ଦେବାକୁ ରାଜି ହେଉଛନ୍ତି ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳିମନ୍ଦ କରିବା ସହ ମାଡ଼ ମାରିବା ପାଇଁ ଚମକି ଯାଉଛନ୍ତି। ଏପରିକି କାର ପିଛା ୧୦୦ଟଙ୍କା ,ବସ୨ଶହ ଓ ଅଟୋ ୫୦ଟଙ୍କା ଆଦାୟ କରାଯାଉଛି । ଏହି ନକଲି ପୋଲିସ କୁ ଏଠାରେ ଏସପି ନା ଜିଲ୍ଲାପାଳ କିଏ ନିଯୁକ୍ତି ଦେଇଛନ୍ତି। ତାହା ଜଣା ପଡିନାହିଁ। ମାତ୍ର ଏ ସମ୍ପର୍କରେ ସତ୍ଯବାଦୀ ଥାନା ଅଧିକାରୀ ଙ୍କ ପାଖରେ ସୁଚନା ରହିଛି। ଏକ ଡିଏଭି ସ୍କୁଲର ପିଲାମାନଙ୍କୁ ନେଇ ଏକ ବସ୍ ଆସିଥିଲା ସେମାନଙ୍କ ଠାରୁ ଦୁଇଶହ ଟଙ୍କା ଆଦାୟ କୁ ନେଇ ହୋଇଥିଲା ପାଟିତୁଣ୍ଡ। ଏ ସମ୍ପର୍କରେ ସେମାନେ ସତ୍ଯବାଦୀ ଥାନାରେ ଫୋନ ଯୋଗେ ଅଭିଯୋଗ କରିଥିବା ଜଣାପଡିଛି। ତୁରନ୍ତ ପୁରୀ ଜିଲ୍ଲାପାଳ ଓ ଏସପି ଯଦି ନକଲି ପୋଲିସ ଏଠାରୁ ନ ସଂକ୍ରାନ୍ତି ତା ହେଲେ ପର୍ଯ୍ୟଟକଙ୍କ ଆଗମନ ବନ୍ଦ ହୋଇଯିବା ବୋଲି ଜଣାପଡିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩/୮/୨୦୨୫---୭,୨୦ Sakhigopal News,3/8/2025