ବ୍ଳକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ; ସରକାର ବଦଳିଲା ଟେଣ୍ଡ କନା ରଙ୍ଗ ବଦଳିଲା
ସାକ୍ଷୀଗୋପାଳ----ସତ୍ୟବାଦୀ ବ୍ଳକ ପରିସରରେ ମହିଳା ଓ ଶିଶୁ ମାନଙ୍କ ପାଇଁ ଏକ ବ୍ଳକ ସ୍ତରୀୟ ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସତ୍ୟବାଦୀ ବ୍ଳକର ମହିଳା ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜନ କରାଯାଇଥିଲା । ବିଶେଷ କରି ମହିଳା ଓ ବାଲ୍ୟ ବିବାହ, ଯୌନ ଶୋଷଣ ଆଦି ସମ୍ପର୍କରେ ଆଲେଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀ, ଆଶା ଦିଦି, ମିଶନଶକ୍ତି ମା ମାନଙ୍କ ସହିତ ବିଭିନ୍ନ ମହିଳା ଓ ସୁଭଦ୍ରା କମିଟିର ସଦସ୍ୟା ମାନେ ଉପସ୍ଥିତ ରହିଥିଲେ । ଅତିଥି ଭାବେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ବିଡିଓ ଦେବାଶିଷ ନାୟକ, ଶିଶୁ ମଙ୍ଗଳ କମିଟି ପୁରୀର ଅଧ୍ୟକ୍ଷ ଅଜିତ ମହାପାତ୍ର, ରାଜ୍ୟ ମହିଳା ସାମାଜିକ ଆଇନ ସଚେତନତାର ରିର୍ଚସ ପରସନ ବି,ଏନ, ଦୁର୍ଗ, ଦୀପ୍ତି ଦାଶ ିଚସ ପରର୍ସନ , ଆଇନଜୀବୀ ତଥା ଶିଶୁ ମଙ୍ଗଳ କମିଟିର ସଦସ୍ୟ ଉପେନ୍ଦ୍ର ବିଶ୍ୱାଳ ଓ ଜିଲ୍ଲା ପରିଷଦ ସଭ୍ୟା ବିଷ୍ଣୁପିୟା ବରାଳ ପ୍ରମୁଖ ଯୋଗ ଦେଇଥିଲେ । ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଥିଲେ ଯେ ରାଜ୍ୟ ଓ କେନ୍ଦ୍ର ସରକାର ମହିଳା ମାନଙ୍କ ପାଇଁ ବିଭିନ୍ନ ଯୋଜନା ସରକାର କରିଛନ୍ତି ବୋଲି କହିବା ସହ ଅଙ୍ଗନୱାଡି କର୍ମୀ ମାନେ ପକୃତରେ ଜଣେ ଜଣେ ମା ବୋଲି କହିବା ସହ ସେମାନଙ୍କୁ ସତ ନମସ୍କାର କରିଥିଲେ । ବିଶେଷ କରି ଅଙ୍ଗନୱାଡି, ଆଶାଦିଦି, ସରପଞ୍ଚ, ସମିତିସଭ୍ୟ ସଭ୍ୟା, ୱାର୍ଡ ସଭ୍ୟ ସଭ୍ୟାଙ୍କ ସହିତ ଗ୍ରାମ ମାନଙ୍କରେ ଥିବା ମିଶନ ଶକ୍ତିର ସଦସ୍ୟ ମାନେ ଆଗେଇ ଆସିଲେ ଆମେ ବା ରାଜ୍ୟ ସରକାରଙ୍କ ନେଇଥିବା ବାଲ୍ୟ ବିବାହ ନିଷେଧ ଲକ୍ଷ୍ୟ ନିଶ୍ଚିତ ପୁରଣ ହୋଇ ପାରିବ ବୋଲି ଶ୍ରୀ ପଣ୍ଡା ଆହ୍ୱନ ଦେଇଥିଲେ । ସେହିପରି ବିଡିଓ ଶ୍ରୀ ନାୟକ କହିଥିଲେ ଯେ ନାରୀ ହେଉଛି ଲକ୍ଷ୍ମୀ, କାଳି, ମା ରାଧା, ପାର୍ବତୀଙ୍କ ସହିତ ତୁଳନା କରିଥିଲେ । ସେମାନଙ୍କୁ ଆମ ସମ୍ବିଧାନ ପୁରୁଷ ଓ ନାରୀ ମାନଙ୍କ ପାଇଁ ସମାନ ଆଇନ ରହିଛି ବୋଲି କହିଥିଲେ । ଅନ୍ୟ ଅତିଥି ମାନେ ନାରୀ ନିର୍ଯ୍ୟତନା ସହ ଆମ ରାଜ୍ୟ ବାଲ୍ୟ ବିବାହ କରିବାରେ ତୁତୀୟ ସ୍ଥାନରେ ରହିଛି ବୋଲି କହିଥିଲେ । ଏବେବି ସମୟ ଅଛି ଆମେ ମାନେ ସମସ୍ତେ ମିଳିମିଶି କାମ କରିଲେ ଆମ ବ୍ଳକ ବ୍ୟା ବିବାହ ମୁକ୍ତ ହୋଇ ପାରିବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ସିଡିପିଓ ରାଜଲକ୍ଷ୍ମୀ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉପସ୍ଥିତ ଥିବା ମହିଳା ମାନେ ଆଲେଚନା କରୁଥିଲେ ଯେ ସରକାର ବଦଳି ଗଲା ପରେ ଟେଣ୍ଡ କନାର ରଙ୍ଗ ବଦଳି ଗଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୨/୨୦୨୪----୭,୧୦ Sakhigopal News , 11/2/2025