Breaking News

ଶାମ୍ବ ଦଶମୀ ଉତ୍ସବରେ ମେଣ୍ଢା ଲଢେଇ ମେଣ୍ଢାର ମୁର୍ତ୍ୟୁ କୁ ନେଇ ଚର୍ଚ୍ଚା ,







ଜଟଣୀ :-ଜଟଣୀର ପ୍ରସିଦ୍ଧ ମା ଜଟିଆଣି ଦେବୀଙ୍କ ପୀଠରେ ୪୯ ତମ "ଶାମ୍ବ ଦଶମୀ "ଉତ୍ସବରେ ଅନୁଷ୍ଠିତ ପ୍ରତି ବର୍ଷ ଭଳି ପରମ୍ପରାକୁ ଦ୍ୱାହି ଦେଇ "ମେଣ୍ଢା ଲଢେଇ "ପ୍ରତିଯୋଗିତା ଦେବସ୍ଥଳୀ ପରିଚାଳନା ସମିତି ପକ୍ଷରୁ ଆୟୋଜିତ ହୋଇଥିଲା l ଏହି ପ୍ରତିଯୋଗିତାରେ ୬୦ ଯୋଡି ଅର୍ଥାତ ୧୨୦ ଟି ମେଣ୍ଢାକୁ ନେଇ ଅନୁଷ୍ଠିତ ହୋଇଥିଲା  ମେଣ୍ଢା ଲଢେଇ। ଲଢେଇ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା l ଏହି ପ୍ରତିଯୋଗିତା ମଧ୍ୟରେ ଏକ ଦୁଃଖଦ ଘଟଣା ଘଟିଥିଲା l ଭୁବନେଶ୍ୱର ଉପକଣ୍ଠ ବାଳକାଟୀ ଝିଇଁଟି ଶାସନ ଅଂଚଳର ଜୈନିକ ବ୍ୟକ୍ତି ନିଜ ମେଣ୍ଢାକୁ ନେଇ ଏହି ଲଢେଇ ପ୍ରତିଯୋଗିତାରେ ଭାଗ ନେବାକୁ ଆସି ଲଢେଇ ପାଳିରେ ସର୍ବ ସମ୍ମୁଖରେ ନିରୀହ ମେଣ୍ଢାର ପ୍ରାଣ ହାନି ଘଟିଥିଲା l ସେହି ଭଳି ଅନେକ ମେଣ୍ଢା ରକ୍ତାକ୍ତ ହୋଇଥିଲେ l  ଏହି ସବୁ ଦୃଶ୍ୟକୁ ହଜାର ହଜାର ଜନସାଧାରଣ ଏବଂ ଆୟୋଜକ ଅନୁଷ୍ଠାନର କର୍ମକର୍ତ୍ତା ମାନେ ନିରୀହ ପଶୁଙ୍କ ଅବସ୍ଥା ଦେଖି ମଜା ନେଉଥିଲେ l ଯାହାକୁ ନେଇ ଜଟଣୀ ଅଂଚଳର ବୁଦ୍ଧିଜୀବୀ ଏବଂ ପଶୁପ୍ରେମୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା l ଏଠି ପ୍ରଶ୍ନ ଉଠେ "ଯିବେ ଦୟା 'ମାନେ କଣ ? ।
ନିଜ ଅନୁଷ୍ଠାନର ଗାରିମାକୁ ନେଇ ନିଜର ଆମୋଦ ପ୍ରମୋଦ ପାଇଁ ପରମ୍ପରାକୁ ଦ୍ୱାହି ଦେଇ ନିରୀହ ପଶୁଙ୍କ ମଧ୍ୟରେ ଲଢେଇ କରି କଷ୍ଟ ଦେବା ଅଧିକାର ଦେଲା କିଏ ? । ଏଠି ପ୍ରଶାସନ ଧୃତରାଷ୍ଟ୍ର ସାଜିବାର କାରଣ କଣ ?। ନିଜର ଆନନ୍ଦ ପ୍ରମୋଦ ପାଇଁ ନିରୀହ ପଶୁଙ୍କ ପ୍ରତି ଅମାନୁଷିକ ଅତ୍ୟାଚାରକୁ ପ୍ରଶାସନିକ ସ୍ତରରେ କଠୋର ଆଇନ ପ୍ରଣୟନ କରି ଏହାକୁ ରୋକ ଲଗାଇବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ସାଧାରଣରେ ଦାବି ଜଣାଇ ଛନ୍ତି l‌
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୧/୨୦୨୫----୧୦,୪୫ Sakhigopal News,15/1/2025

Blog Archive

Popular Posts