Breaking News

ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ ନାମଯଜ୍ଞ


 

ସାକ୍ଷୀଗୋପାଳ,--- ସତ୍ୟବାଦୀ ବ୍ଳକ ସ୍ଥିତ ପଟ୍ଟନାୟିକିଆ- ବରାଳ ରାସ୍ତାର ବଡହରିଶଙ୍କରପୁର ଠାରେ ମା କିଷ୍ଣାକାଳୀ ଓ ମା କନକ ଦୁର୍ଗାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବେ ରମେଶ ଚନ୍ଦ୍ର ପଣ୍ଡା ରହିଥିବା ବେଳେ ପୁରୀ ହରିଦାସ ମଠର ବାବା କୃଷ୍ଣଚରଣ ଦାସ ପୂଜାପାଠ କରିଥିଲେ । ଏହି ଅବସରରେ ବାରମାଣସାହି, ଭଟ୍‌ଯପୁର, ବାଗଲପୁର ମୁନିଦା, ପଦାସାହି, ପାଟଣାସାହି ଆଦି ନଅଟି ସଂକୀର୍ତ୍ତନ ଦଳ ନାମଯଜ୍ଞ କରିଥିଲେ । ଆସନ୍ତା ସୋମବାର ଦିନ ନୂତନ ମନ୍ଦିର ପ୍ରତିଷ୍ଠା ସହିତ ଦେବୀ ମାନଙ୍କର ମନ୍ଦିର ପ୍ରବେଶ କରିବେ ବୋଲି ଶ୍ରୀ ପଣ୍ଡାଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୨/୨୦୨୫---.୪,୨୦   Sakhigopal News, 12/2/2025

Blog Archive

Popular Posts